om academy

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରା ମାଡ଼ : ଯୁବକ ଗୁରୁତର

jsm

ଜୟପୁର : ପ୍ରସାଦରାଓ ପେଟା ଆଦର୍ଶନଗର ଅଂଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭା‌ବେ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଟାଉନଥାନାରେ ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତ ଓ ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଗତ କାଲି ରାତିରେ ଢ଼େପଗୁଡାର ପିଲୁ ଭତରା(୨୧) ନିଜ ବାଇକରେ ପ୍ରସାଦ ରାଓ ପେଟା ଆଦର୍ଶନଗର ଅଂଚଳକୁ ବୁଲିବାକୁ ଯାଇଥିଲେ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋପବନ୍ଧୁନଗର ଅଂଚଳର ୧୫ରୁ ୨୦ଜଣ ନାବାଳକ ଓ ଯୁବକ ସଂଘବଦ୍ଧ ଭା‌ବେ ଆସି ତାଙ୍କ ସହ ଗଣ୍ଡଗୋଳ କରିବା ସହ ଧାରୁଆ ଅସ୍ତ୍ର ଓ ଛୁରାରେ ଆକ୍ରମଣ କରିଥିଲେ । ଏଥିରେ ପିଲୁ ଗୁରୁତର ହୋଇ ପଡ଼ିଥିଲା । ତାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.