om academy

ଅନ୍ତର୍ଲା ନିକଟରେ ବିଦ୍ୟୁତ ବିଭାଗ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା : ୩ ବାଇକ ଆରୋହୀ ଗୁରୁତର

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲରୁ ଟିକ୍ରାପଡା ରାସ୍ତାର ଅନ୍ତର୍ଲା ଗ୍ରାମ ଶେଷ ମୁଣ୍ଡରେ ସୋମବାର ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ୩ ଜଣ ଅତ୍ୟନ୍ତ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପାଟଣାଗଡ ବିଦ୍ୟୁତ୍ ବିଭାଗରେ ନିୟୋଜିତ ଏକ ବୋଲେରୋ ଓଡ଼ି୦୩ଇ ୫୨୨୨ ଅନ୍ତର୍ଲା ପେଟ୍ରୋଲ ପମ୍ପକୁ ତେଲ ପକାଇବା ପାଇଁ ଆସୁଥିବା ବେଳେ ଅପର ପାର୍ଶ୍ୱରୁ ବାଇକ୍ ଓଡ଼ି ୦୩ଜେଡ ୯୯୮୦ରେ କଣ୍ଟାବାଞ୍ଜି ଥାନା ସର୍ଗୁଲ ଗ୍ରାମର ତିନିଜଣ ବ୍ୟକ୍ତି ବଲାଙ୍ଗିର ଜେଲକୁ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିବା ବେଳେ ଘଟଣାସ୍ଥଳରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତିନି ବାଇକ୍ ଆରୋହୀ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ି ଗୁରୁତର ଆହତ ଅବସ୍ଥାରେ ପଡ଼ିରହିଥିଲେ । ଗୁରୁତର ଆହତମାନେ ହେଲେ ସର୍ଗୁଲ ଗ୍ରାମର ବୁଦ୍ଧିସାଗର ବାଉକ(୪୫), ଭଜମନ ବାଉକ(୫୫) ଓ କୁଳମଣି ଛୁରା(୬୦) ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ପଠାଇଥିଲେ । ଗୁରୁତର ବୁଦ୍ଧିସାଗରଙ୍କ ମୁହଁରେ ଗୁରୁତର ଆଘାତ ଲାଗି ମୁହଁ ରକ୍ତାକ୍ତ ହୋଇପଡ଼ି ଥିବା ବେଳେ ଗୋଡ ମଧ୍ୟ ଭାଙ୍ଗି ଯାଇଛି । ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସେହିପରି ଅନ୍ୟ ଦୁଇ ଆରୋହୀ ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବୋଲେରୋର ମଧ୍ୟ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ମୁରିବାହାଲ ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.