om academy

ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ : ୭ ନବଜାତ ଶିଶୁଙ୍କର ମୃତ୍ୟୁ, ୫ ଗୁରୁତର

jsm

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଶାହାଦରାର ବିବେକ ବିହାର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ୧୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ୧୨ ନବଜାତ ଶିଶୁଙ୍କ ମଧ୍ୟରୁ ୬ ଜଣଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି । ଜଣେ ନବଜାତ ଶିଶୁର ମୃତ୍ୟୁ ପୂର୍ବରୁ ହୋଇସାରିଥିଲା । ଫଳରେ ଏହି ଘଟଣାରେ ୭ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ସେହିପରି ପାଞ୍ଚ ଜଣ ନବଜାତ ଶିଶୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକାରୀ କହିଛନ୍ତି ଯେ ବିଲଡିଂରୁ ୧୨ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା କିନ୍ତୁ ଡାକ୍ତରଖାନାରେ ଚିକିତ୍ସା ସମୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣେ ଶିଶୁକୁ ମୃତ ଅବସ୍ଥାରେ ନିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

Leave A Reply

Your email address will not be published.