ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର

ଉଲୁଣ୍ଡା : ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବାହାଲି ରାସ୍ତାରେ ବାଇକ୍‌ ଦୁର୍ଘଟଣାରେ ଗ୍ରାମର ସୁଦର୍ଶନ ଭୋଇ ଗୁରୁତର ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ସେ ଏକ ବାଇକ୍‌ ଯୋଗେ ନିଜ ଗ୍ରାମକୁ ଯାଉଥିଲେ । ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ଭି କରାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସାପରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.