କାର ଦୁର୍ଘଟଣାରେ ଜଣେ ଗୁରୁତର

ମନମୁଣ୍ଡା : ମନମୁଣ୍ଡା ଥାନା ୫୭ନଂ ଜାତୀୟ ରାଜପଥ ମହେଶ୍ୱରପିଣ୍ଡା ଛକ ନିକଟରେ ଏକ ଦୁର୍ଘଟଣା ଘଟିଯାଇଛି । ମଙ୍ଗଳବାର ସନ୍ଧ୍ୟା ସମୟରେ କାର ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଖବରପାଇ ମନମୁଣ୍ଡା ପୋଲିସ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇଥିଲେ । ଦେବେ ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଆହତ ବ୍ୟକ୍ତି ଜଣକ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜଣାପଡ଼ିଛି । ପୋଲିସ କାରକୁ ଜବତ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.