
ବଲାଙ୍ଗିର, (କେପିଏନ୍ଏସ୍) : ଭାରସାମ୍ୟ ହରାଇ ଏକ ଟେମ୍ପୁ ଓଲଟି ପଡିଥିବା ବେଳେ ଏଥିରେ ବସିଥିବା ୪ ଜଣ ଯାତ୍ରୀ ଗୁରତର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ସୂଚନା ଅନୁସାରେ ତୁଷୁରା ଥାନା ଅନ୍ତର୍ଗତ ଥାଲବନ୍ଧ ଗାଁରୁ ବଲାଙ୍ଗିରକୁ ବ୍ୟାଙ୍କ କାମରେ ଟେମ୍ପୁ ଯୋଗେ ମଧୁ ଭୁଏ, ଦଶମୀ ଭୁଏ, ଅନିତା ଭୁଏ ଓ ସୁଜାତା ସେଠ୍ ଆସୁଥିଲେ । ଆଠଗାଁ ପୋଖରୀ ପାଖରେ ବିପରୀତ ପଟରୁ ଆସୁଥିବା ଏକ ମୋଟର ସାଇକେଲ୍କୁ ସାଇଟ୍ ଦେବା ବେଳେ ଭାରସାମ୍ୟ ହରାଇ ଟେମ୍ପୁ ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ୪ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟେମ୍ପୁଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।