ବଲାଙ୍ଗିର, (କେପିଏନ୍ଏସ୍) : ନିଜ ଭାଇର ଠେଙ୍ଗା ମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ବେଲପଡ଼ା ନିବାସୀ ଲମ୍ବୋଦର ପୁଟେଲ୍(୪୫) ପ୍ରତ୍ୟହ ମଦ ପିଇ ନିଜ ଭାଇ ଆଲୋକ ପୁଟେଲ୍ଙ୍କୁ ଗାଳିଗୁଲଜ କରୁଥିବା ବେଳେ ଗତକାଲି ଅନ୍ୟଦିନ ଭଳି ଲମ୍ବୋଦର ମଦ ପିଇ ଆଲୋକଙ୍କୁ ଗାଳି ଗୁଲଜ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଆଲୋକ ଲମ୍ବୋଦରଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ଲମ୍ବୋଦରଙ୍କ ମୁଣ୍ଡ ଫାଟି ଯାଇଥିଲା । ଳମ୍ବୋଦରଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ତାଙ୍କୁ ବଲାଙ୍ଗିର ବିବିଏମ୍ସିଏଚ୍କୁ ରେଫର୍ କରାଯାଇଥିବା ସୂଚନା ମିଳିଛି ।
Prev Post