ବୁଢ଼ୀପଡା ଗାଁଠାରେ ଗରମ ତେଲପଡି ଜଣେ ଶିଶୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଢ଼ୀପଡା ଗାଁଠାରେ ଗରମ ତେଲପଡି ଜଣେ ଶିଶୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ବୁଢ଼ୀପଡା ଗ୍ରାମର ମୋହିତ ସାହୁ(୪) ତାଙ୍କ ମା’ଙ୍କ ସହ ପଡିଶା ଘରର ଏକ ଭୋଜିକୁ ଯାଇଥିଲେ । ସେଠାରେ ମୋହିତ ଖେଳୁଥିବା ସମୟରେ ଗରମ ତେଲ କଢେଇରେ ହାତ ବାଜି ଦେହରେ ପଡିଯାଇଥିଲା । ଫଳରେ ତାଙ୍କ ଦେହ ପୋଡ଼ି ଯାଇଥିଲା । ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିବା ସୂଚନା ରହିଛି ।

Leave A Reply

Your email address will not be published.