oom

ହାଇୱା-ଓମିନି ମୁହାଁମୁହିଁ ଧକ୍କା : ୨ ମୃତ, ୪ ଗୁରୁତର

jsmm

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଏରିୟନ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ହାଇୱା ସହ ମୁହାଁମୁହିଁ ଧକ୍କା ହେଲା ଓମିନି ଭ୍ୟାନ୍ । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । କୋଇଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ମୁତାବକ, ଶୁକ୍ରବାର ସକାଳୁ ସବୁଦିନ ଭଳି କିଛି ଶ୍ରମିକଙ୍କୁ ଧରି ଏକ ଓମିନି ଭ୍ୟାନ୍ କମଣ୍ଡ ପ୍ଳାଣ୍ଟକୁ ଯାଉଥିଲା । ଏରିୟନ ଛକ ନିକଟରେ ଅପର ପାଶ୍ୱର୍ରେ ଆସୁଥିବା ଏକ ହାଇୱାସହିତ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ କୋଇଡା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ କୋଇଡ଼ା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

jittmm
Leave A Reply

Your email address will not be published.