ଦେଓଗାଁ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁରେ ସୋମବାର ଦିନ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁଦାମ ଚରଣ ଭୋଇ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ସନ୍ତୋଷ ସା ଅତିଥି ପରିଚୟ ତଥା ସ୍ୱାଗତ ଭାଷଣ ଦେଇଥିଲେ । ଗୁରୁଜୀ କୁନୁ ସାହୁ ରାଧାକ୍ରିଷ୍ଣନ୍‌ଙ୍କ ଜୀବନୀ ବର୍ଣ୍ଣନା କରିଥିଲେ । ତୁଳସୀ ମେହେର ସଭା ସଂଯୋଜନା କରିଥିବା ବେଳେ ଗୁରୁଜୀ ସମ୍ବିତ ସା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.