ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ ନିୟମ ପାଳନ କରି ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଉପସ୍ଥାପିତ ସର୍ବପଲ୍ଲୀ ରାଧାକୃଷ୍ଣନ ତଥା ଅନ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜନ ପରେ ପ୍ରଧାନ ଶିକ୍ଷକ କାଳୀଚରଣ ଦୁବେଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା । ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦବାନ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ରାଧାକୃଷ୍ଣନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତୀ ଦାଶ ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଛାତ୍ରୀମାନଙ୍କ ପାଇଁ ଏକ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କୃତି ଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକ, ସମ୍ନାନିତ ଅତିଥି ଓ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ପୁରସ୍କୃତ କରିଥିଲେ । ସୁରେନ୍ଦ୍ର କୁମାର ଭୋଇ ସଭା ପରିଚାଳନା କରିଥିଲେ । ଏହି ସଭାରେ ଶିକ୍ଷକ ଚିନ୍ତାମଣୀ ସାହୁ, ଦୀପ୍ତିକାନ୍ତ ମଲ୍ଲିକ, ବିଭୁତି ଶତପଥି ଓ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ନିଳିମାରଣୀ ମହାନ୍ତି, ପ୍ରଭାତୀ ପଟ୍ଟନାୟକ, ବାସନ୍ତି ସାହୁ, ସୁଷମା ଦାଶ ଉପସ୍ଥିତ ଥିଲେ । ସଭା କାର୍ଯ୍ୟରେ ଦୁଷ୍ମନ୍ତ ଛତ୍ତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ । ପରିଶେଷରେ ପ୍ରେମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.