centurian jitm

ବସ୍‌ ଓଲଟି ଜଣେ ମୃତ : ୫ରୁ ଅଧିକ ଗୁରୁତର

nschool

ସୁନ୍ଦରଗଡ଼ : କୋଇଲା ଖଣିକୁ ଶ୍ରମିକ ନେଇ ଯାଉଥିବା ବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଝାରସୁଗୁଡା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଡୁଲିଙ୍ଗା ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଏକ ବସ୍‌ରେ କିଛି ଶ୍ରମିକ କୋଇଲା ଖଣିକୁ ଯାଉଥିଲେ । ରାସ୍ତାରେ ଯିବା ବେଳେ ହେମଗିରି ଥାନା ଅନ୍ତର୍ଗତ ଡୁଲିଙ୍ଗା ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫ରୁ ଅଧିକ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଝାରସୁଗୁଡା ମେଡ଼ିକାଲକୁ ସ୍ଥନାନ୍ତର କରିଛି । ଏହା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.