ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଠାରେ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ତରଫରୁ ରଚନା ଲିଖନ ଓ ତର୍କ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ଉନ୍ନିତ ହୋଇଥିବା ଛାତ୍ରଙ୍କୁ ପ୍ରଶସ୍ତିପତ୍ର ଓ ସ୍ମାରକୀ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପାହାଡ ଆରୋହଣ, ବନ୍ଧୁକ ଚାଳନାରେ ଲକ୍ଷଭେଦ ଏବଂ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ପ୍ୟାରେଡରେ ପରାକାଷ୍ଠା ଦେଖାଇଥିବା ଛାତ୍ରଙ୍କୁ ପ୍ରଶସ୍ତି ପତ୍ର ଓ ସ୍ମାରକୀ ପତ୍ର ଦିଆଯାଇଥିଲା । ପୁରସ୍କାର ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠି ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ବିକାଶ ସାହୁ ତଥା ସହକର୍ମୀବୃନ୍ଦ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ପୁରସ୍କୃତ ପାଂଚ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ସଂଘ ସଭାପତି ରତନ କୁମାର ମହାରଣାଙ୍କ ନେତୃତ୍ୱରେ ୭ଜଣ ଗୁରୁଙ୍କ ବାସଭବନକୁ ଯାଇ ସଦସ୍ୟବୃନ୍ଦ ପାଦ ବନ୍ଦନା ସହ ଉପଢେ଼øକନ ଦେଇ ସମ୍ବଦ୍ଧନା ଦେଇ ଶୁଭାଶିଷ ଲାଭ କରିଥିଲେ । କାର୍ଯ୍ୟକ୍ରମକୁ ସଭାପତି ରତନ କୁମାର ମହାରଣା, ଉପ-ସଭାପତି ରାଜକିଶୋର ଦାଶ, ସଂପାଦକ ଡା. ସୁକାନ୍ତ ପୁରୋହିତ, ସହ-ସଂପାଦକ ପ୍ରଦୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ସଦସ୍ୟ ମୋହନ ଗୋପାଳ ପଣ୍ଡା, ସଲିମ୍ ଖାନ, ସୁରେନ୍ଦ୍ର ସେଠ, ଭଗବାନ ବଗର୍ତ୍ତି, ସତ୍ୟନାରାୟଣ ପଣ୍ଡା, ରାମ ଶତପଥି, ଅମରଦୀପ ପାଣିଗ୍ରାହୀ, ଡା. ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।
Next Post