ମାନବିକତା ପରିବାର ପକ୍ଷରୁ ଗୁରୁଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ମାନବିକତାର ଅଧ୍ୟକ୍ଷ ପ୍ରଶାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଆଜି ମାନବିକତା ପରିବାର ତରଫରୁ ପବିତ୍ର ଗୁରୁଦିବସ ଭଞ୍ଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆଜି ଏହି ପବିତ୍ର ଦିନରେ ଶତାଧିକ ଗୁରୁ ଏବଂ ଗୁରୁମା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉତ୍ସାହର ସହିତ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା, ସମ୍ମାନିତ ଅତିଥି ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ବେଣୁଧର ସ୍ୱାଇଁ, ସମ୍ମାନିତ ଅତିଥି ଏନ୍‌.ଆଇ.ଟିର ଡାଇରେକ୍ଟର ଇନଚାର୍ଜ ପ୍ରଦୀପ ସରକାର ଏବଂ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଇତିହାସ ଅଧ୍ୟାପକ ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁବନ୍ଦନା ହୋଇଥିଲା । ଏହାପରେ ପ୍ରତେକ ଗୁରୁ ଏବଂ ଗୁରୁମାମାନଙ୍କୁ ଫୁଲ ଚନ୍ଦନ ଦେବା ସହିତ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଅତିଥି ବୃନ୍ଦ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ଦେବା ସହିତ ଗୁରୁ ଏବଂ ଶିଷ୍ୟମାନଙ୍କର ଅତୁଟ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ପରିଶେଷରେ ଗୁରୁ ବ୍ରଜେନ୍ଦ୍ର ଦାସ(ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ), ଗୁରୁମା ବିଜୟିନୀ ଜେନା, ଗୁରୁ ରଶ୍ମିତ କୁମାର ସାହାଣୀ(ରାଜ୍ୟ କୃତି ଶିକ୍ଷକ), ଗୁରୁ ବିଜୟ କୁମାର ନାୟକ, ଗୁରୁ ପ୍ରବୀର କୁମାର ଦୁବେ, ଗୁରୁମା ସସ୍ମିତା ମହାନ୍ତି, ଗୁରୁମା ସୌଦାମିନୀ ମୁଦାଲୀ, ଗୁରୁମା ସୁନିତା ମୁଣ୍ଡା, ଗୁରୁମା ରିତା ତୀର୍କୀ, ଗୁରୁମା ସସ୍ମିତା ଜେନାଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!