oom

ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧବାର୍ଷିକୀରେ ଆତ୍ମଦର୍ଶନ ପୁସ୍ତକ ଉନ୍ମୋଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସ୍ଥିତ ସୁରସଂଗମ ସାଂସ୍କୃତିକ ସଂସଦ ଆନୂକୁଲ୍ୟରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ନାଟ୍ୟକାର ନିର୍ଦ୍ଦେଶକ ତଥା ସଂଗୀତଜ୍ଞ ନିସାର ଅହମ୍ମଦ ନିସାରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଗୁରୁ ବନ୍ଦନା କରାଯାଇ କବି ଚିତ୍ତରଞ୍ଜନ ବିଶ୍ୱାଳଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ କଳା ସଂସ୍କୃତି ଗବେଷକ ସାଲେଗ୍ରାମ ହୋତା ଏବଂ ସମ୍ମାନିତ ଅତିଥିଭାବେ ସାହିତ୍ୟିକ ସତ୍ୟ ନାରାୟଣ ଦାଶ, କବି ପ୍ରଶନ୍ନ କୁମାର ମେହେର, କଳା ନିର୍ଦ୍ଦେଶକ ଗୈାରୀଶଙ୍କର ବେଜ, କବି ଋଷଭ ପ୍ରଧାନ, ଗିତିକାର ଧର୍ମ ସିଂ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ କବି ଦେବେନ୍ଦ୍ର କୁମାର ମିସ୍ତ୍ରୀ ପ୍ରମୁଖ ଯୋଗଦେଇ ପଶ୍ଚିମ ଓଡ଼ିଶାର ଭାଷା, କଳା ଓ ସଂସ୍କୃତିର ମୂଳଦୁଆ ଗୁରୁ ଭଗବାନ ସାହୁ ଅବହେଳିତ ହେବା କଳା ସଂସ୍କୃତି ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ବୋଲି ବକ୍ତବ୍ୟ ପ୍ରଦାନ କରି ମରଣୋତ୍ତର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଦାବି କରିଥିଲେ । ପରେ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ପାଠ କରାଯିବା ସହିତ ଅତିଥିମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ କବି ପ୍ରଶନ୍ନ କୁମାର ମେହେରଙ୍କ କବିତା ସଙ୍କଳନ ଆତ୍ମଦର୍ଶନ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ସଭାରେ କବିୟତ୍ରି ଅହଲ୍ୟା ମଲ୍ଲିକ, ନୃତ୍ୟଗୁରୁ ତପସ୍ୟା ନାଏକ, ବିରେନ୍ଦ୍ର ବେହେରା, ସଂଗୀତା ବାଗ ସହଯୋଗ କରିଥିବା ବେଳେ ସଂପାଦକ ସରୋଜ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.