om academy

ଶିକ୍ଷା ସଚେତନ ଗୁଞ୍ଜରଣ ରଥକୁ ସ୍ୱାଗତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ଆନୁକୂଲ୍ୟରେ ଗତ ୧୫ ତାରିଖରେ ସୁନ୍ଦରଗଡରୁ ବାହାରିଥିବା ଶିକ୍ଷା ସଚେତନ ଗୁଞ୍ଜରଣ ରଥ ବଲାଙ୍ଗିର ବ୍ଲକର କେରମେଲି ଗ୍ରାମରେ ପହଞ୍ଚିଛି । ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଲୋକ ଉନ୍ନତି ସଂଗଠନ ସ୍ୱାଗତ ଜଣାଇଥିଲା । ବିଶେଷ କରି ସୁନ୍ଦରଗଡ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାରୁ ଏହି ଯାତ୍ରା ଆରମ୍ଭ ହୋଇ ଓଡିଶାର ପ୍ରତ୍ୟେକ ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ଏବଂ ଗାଁ ଗାଁ ବୁଲି ଶିକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତା ପହଞ୍ଚାଇବ । ସ୍ବେଚ୍ଚାସେବୀ ସିମା ଭୋଇ, ସିଆର୍‌ପି ଦିଦି, ଅଙ୍ଗନ ଓ୍ବାଡି କର୍ମୀ, ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ବ୍ଲକ ସଭାପତି, ଆଶା ଦିଦି ଓ ସ୍କୁଲର ଛାତ୍ର ଛାତ୍ରୀ ଗଣ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଗୁଞ୍ଜରଣ ରଥର ସ୍ବାଗତ କରାଗଲା । ଏହି ଶିକ୍ଷା ଯାତ୍ରାର ଉଦ୍ଦେଶ୍ୟ ହେଉଛି ଦୀର୍ଘ ୨୧ ମାସ ଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲାମାନଙ୍କର ଶିକ୍ଷଣ ଓ ମାନସିକ ସ୍ଥିତି ସମ୍ପର୍କରେ ଅବଗତ ହେବା, ବିଦ୍ୟାଳୟ ଭିତ୍ତିଭୂମିର ସ୍ଥିତି ଏବଂ ଆବଶ୍ୟକତା ଉପରେ ଅଧ୍ୟୟନ କରିବା, ଶିକ୍ଷା ର ମହତ୍ଵ ବିଷୟରେ ସଚେତନତା କରିବା ଏବଂ ବିଶେଷ କରି ପିଲାମାନେ ବିଦ୍ୟାଳୟ ଖୋଲିଲା ପରେ କେମିତି ପୁନଃ ବିଦ୍ୟାଳୟକୁ ଆସିବେ ଏବଂ ପାଠପଢା ଜାରି ରଖିବେ ସେ ଦିଗରେ ଅଭିଭାବକ ଏବଂ ଗ୍ରାମବାସୀମାନଙ୍କୁ ସଚେତନ କରିବା । ଏତଦ ବ୍ୟତୀତ ପିଲାମାନଙ୍କର ମାନସିକ ସ୍ଥିତି, ଶିକ୍ଷକମାନଙ୍କର ଆହ୍ଵାନ, ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ/ସଦସ୍ୟାମାନଙ୍କ ପ୍ରତି ଥିବା ଆହ୍ଵାନ ଉପରେ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରି ଏ ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ହେଉଛି ଏହି ଶିକ୍ଷା ଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ । କାର୍ଯ୍ୟ ପରିଚାଳନା ଏସ୍‌ଏଚ୍‌ଜିର ସଦସ୍ୟା ସଦସ୍ୟ, ପୂଜା କମିଟିର ସଦସ୍ୟ ସଦସ୍ୟା, ଲୋକ ଉନ୍ନତି ସଂଗଠନର କର୍ମ କର୍ତ୍ତା ଏବଂ ଗ୍ରାମବାସୀ ବୃନ୍ଦ ଓ ସିଆର୍‌ପି ଦିଦି ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.