oom

ଓସମେ ତଥା ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିର ମିଳିତ ଆନୁକୂଲ୍ୟରେ ଗୁଣବତ୍ତା ଯାତ୍ରା ଏବଂ କ୍ଷମତା ନିର୍ମାଣ ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ହୋଟେଲ ପାର୍କ ଲେଣ୍ଡରେ ଓସମେ ତଥା ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଗୁଣବତ୍ତା ଯାତ୍ରା ଏବଂ କ୍ଷମତା ନିର୍ମାଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଶିଳ୍ପାଦ୍ୟୋଗୀ ଅନୁଷ୍ଠାନ ଓଏସ୍‌ମେ ସଭାପତି ପ୍ରକାଶ କୁମାର ନେପାକ, ସମ୍ପାଦକ ଦେବଜ୍ୟୋତି ପୁରୋହିତ, ଜେନେରାଲ ମେନେଜର ଜିଲ୍ଲା ଶିଳ୍ପ କେନ୍ଦ୍ର ବିଷ୍ଣୁ ପ୍ରସାଦ ଦାସ, ସନ୍‌ସାଇନ ଇଣ୍ଡିଆ ତଥା ଏନ୍‌ଏବିଏଲ୍‌ ପ୍ରତିନିଧି ସରୋଜ କୁମାର ନନ୍ଦ, ଲିଡ ବ୍ୟାଙ୍କ ମ୍ୟାନେଜେର ପ୍ରଶାନ୍ତ କୁମାର ବେହେରା, ଦୀପା ଅନୁଷ୍ଠାନର ସଂକେତ ତ୍ରିପାଠୀ, ଓଏଏସ୍‌ମେ କର୍ମକର୍ତ୍ତା ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ଗୁଣବତ୍ତା ଯାତ୍ରା ଏବଂ କ୍ଷମତା ନିର୍ମାଣ ସଚେତନତା ଶିବିରରେ ଉଦ୍‌ବୋଧନ ଦେଇ ନୂତନ ଦକ୍ଷତା ଅର୍ଜନ, ଯାନ୍ତ୍ରିକତା ଅପଗ୍ରେଡ଼ ଏବଂ ଉତ୍ପାଦନ ପ୍ରକ୍ରିୟାରେ ଉନ୍ନତି ତଥା ବଜାରରେ ଆଧିପତ୍ୟ ଏବଂ ଗ୍ରାହକଙ୍କ ଭରସା ବଢେଇବା ପାଇଁ ଉଚ୍ଚ ଗୁଣବତ୍ତା ମାନ ରଖିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ । ଓଏସ୍‌ମେ ସଭାପତି ପ୍ରକାଶ ନେପାକ ଓଏସ୍‌ମେ,ଏମ୍‌ଏସ୍‌ଏମ୍‌ଇ ଏବଂ ଏସ୍‌ଏଚ୍‌ଜିମାନଙ୍କୁ ନୀତିଗତ ସମର୍ଥନ, ଶିକ୍ଷା ଏବଂ ପ୍ରଶିକ୍ଷଣ ଏବଂ ଅର୍ଥନୈତିକ ଆସ୍ଥା ଦେବାପାଇଁ କର୍ତ୍ତବ୍ୟରତ ବୋଲି ପ୍ରକାଶ କରିଛନ୍ତି । ଓଏସ୍‌ମେ ସମ୍ପାଦକ ଦେବଜ୍ୟୋତି ପୁରୋହିତ ଏହି ସଂସ୍ଥା ଦୀର୍ଘ ୩୬ ବର୍ଷ ଧରି ସମସ୍ତ ଶିଳ୍ପଦ୍ୟୋଗୀ, ଏସ୍‌ଏଚ୍‌ଜି ଏବଂ ଉଦ୍ୟୋଗୀମାନଙ୍କୁ ସମସ୍ତ ସାହାଯ୍ୟ ସହଯୋଗ କରିଆସିଛି ଏବଂ ଭବିଷ୍ୟତରେ କରିବ । ଜିଏମ୍‌ଡିଆଇସି ଦାସ ବାବୁ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ ଏବଂ ଦକ୍ଷତା ନିର୍ମାଣ ଉପରେ ପ୍ରଶିକ୍ଷଣ କରିଥିଲେ । ଲିଡ ବ୍ୟାଙ୍କ ମ୍ୟାନେଜେର ପ୍ରଶାନ୍ତ ବେହେରା ଶିଳ୍ପ ସଂସ୍ଥା ଓ ଉଦ୍ୟୋଗୀମାନଙ୍କୁ ବ୍ୟାଙ୍କମାନଙ୍କ ସହାୟତା ତଥା ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇଥିଲେ । ସନସାଇନ ଇଣ୍ଡିଆ ତଥା ଏନ୍‌ଏବିଏଲ୍‌ ପ୍ରତିନିଧି ସରୋଜ କୁମାର ନନ୍ଦ ଗୁଣବତ୍ତା ଯାତ୍ରାର ଉଦେଶ୍ୟ ବିଷୟରେ ଆଲୋକପାତ କରି ଶିଳ୍ପ ଅନୁଷ୍ଠାନ ପାଇଁ ଜେଡ ସାର୍ଟିଫିକେଟ ନିୟମାବଳୀର ପ୍ରଶିକ୍ଷଣ କରିଥିଲେ । ଶିଳ୍ପଦ୍ୟୋଗୀ ତ୍ରିଲୋକନାଥ ଜୈନ ଓ କାଁହୁ ଚରଣ ସାହୁଙ୍କୁ ସଫଳ ଉଦ୍ୟୋଗୀ ପାଇଁ ସମ୍ମାନିତ କରାଯାଇଥିଲା । ଓଏସ୍‌ମେ କର୍ମକର୍ତ୍ତା ଆଶିଷ ହୋତା ଏହି ଶିବିରକୁ ସଂଯୋଜନା କରିଥିଲେ । ବଲାଙ୍ଗିର ଶାଖା ଉପସଭାପତି ସବ୍ୟସାଚୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରକୁ ଆୟୋଜନ କରିବାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ସହକାରୀ ଅଧିକାରୀ ନିରୋଜ ରଞ୍ଜନ ପାଣିଗ୍ରାହୀ, ଦୀପା ଟିମ, ଓ଼ଏସ୍‌ମେ କୋଷାଧକ୍ଷ ଆଲୋକ ମହାନ୍ତି, ନିହାର ରଞ୍ଜନ ସ୍ୱାଇଁ, ମେହତାବ ଆଲାମ, ସନ୍ତୋଷ ପଧାନ, ମିଥୁନ ପଟ୍ଟନାୟକ, କୁନୁ ପାତ୍ର, ଭିକି ଅଗ୍ରୱାଲ, ରବି ରଞ୍ଜନ ପୂଜାରୀ, ବୁଲୁ ପୁରୋହିତ ଏହି ଶିବିରରେ ଆୟୋଜନରେ ସହାୟତା କରିଥିଲେ । ଓଏସ୍‌ମେ କର୍ମ କର୍ତ୍ତା ନିହାର ରଞ୍ଜନ ସ୍ୱାଇଁ ଶିବିର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବଲାଙ୍ଗିର ଜିଲ୍ଲା ସମସ୍ତ ଶିଳ୍ପ ଅନୁଷ୍ଠାନ ସ୍ୱୟଂ ସହାୟିକା ସଙ୍ଘ ଉଦ୍ୟୋଗୀମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.