oum

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼

jsm

ଝାରସୁଗୁଡା : ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶଙ୍କ ଉପରେ ଗୁଳି ମାଡ଼ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଯାଇଥିବା ବେଳେ ସେ ଏକ ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିବା ସମୟରେ ସମସ୍ତ ପ୍ରକାରର ସୁରକ୍ଷା ବଳୟକୁ ଭେଦକରି ମନ୍ତ୍ରୀଙ୍କ ଉପରେ ଗୁଳିମାଡ କରିଛି ଆତତାୟୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି । ତେବେ କିଏ, କାହିିିଁକି, କେଉଁ ଉଦ୍ଦେଶ୍ୟରେ ମନ୍ତ୍ରୀଙ୍କ ଉପରେ ଗୁଳି ଚାଳନା କରିଛି ତାହା ସ୍ପଷ୍ଟ ହୋଇନାହିିଁ । ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଯୋଗୁଁ ତାଙ୍କୁ ବିମାନ ଯୋଗେ ଭୁବନେଶ୍ୱର ଏମ୍‌ମ୍ସକୁ ସିପ୍ଟ କରାଯିବ ବୋଲି କୁହାଯାଇଛି । କୌଣସି ରାଜନୈତିକ ଶତ୍ରୁତା ନା ଅନ୍ୟ କିଛି ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ଘଟିଛି ତାହା ଜଣାପଡ଼ିନାହିିଁ । ଖୋଦ୍‌ ରାଜ୍ୟର ମନ୍ତ୍ରୀଙ୍କ ସୁରକ୍ଷା ଯଦି ଏଭଳି ଅବସ୍ଥାରେ, ତେବେ ସାଧାରଣ ଲୋକଙ୍କୁ କିଏ ପଚାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.