ppurohit

ଖପ୍ରାଖୋଲ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ

2nd

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ପୋଲିସ ଏବଂ ମାଓବାଦୀ ମୁହାଁ ମୁହିଁ । ଭାନପୁର ଗାଁ ସ୍ଥିତ ହନୁପୁରଜଙ୍ଗଲରେଗତମଧ୍ୟରାତ୍ରିରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ପୋଲିସ ଓ ଡି ଭି ଏଫ ଯବାନମାନେ ମିଳିତ ଭାବେ କୋମ୍ବିଂ ଅପରେସନ ଚଳାଇଥିଲେ। ସେଠାରେ ଆତ୍ମଗୋପନ କରିଥିବା କିଛି ମାଓବାଦୀ ପୋଲିସକୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ। ପୋଲିସ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପାଖାପାଖି ୧୫୦ ରାଉଣ୍ଡ ଗୁଳି ଚାଲିଥିବା ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.