ବାତ୍ୟା ଗୁଲାବ ଧିରେ ଧିରେ ଅବପାତର ରୂପ ଧାରଣ କରୁଛି

  • ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ସରକାରୀ ଛୁଟି ବାତିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରଶାସନ ସରକାରୀ ଛୁଟି ବାତିଲ କରିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଧିରେ ଧିରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଦେଖାଦେଇଛି । ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ, ଗଞ୍ଜାମ,ଗଜପତି, ରାୟଗଡ଼ା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଏହି ତିନି ଜିଲ୍ଲାର ଜିଲ୍ଲାପାଳମାନେ । ୨୬ ତାରିଖରୁ ୩୦ ତାରିଖ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିକୁ ରଖି ଏହି ଦୃଢ଼ନିଷ୍ପତ୍ତି ନିଆଯାଇଛି ବୋଲି ଜଣାଯାଇଛି । ଏହି ସମୟରେ ଜିଲ୍ଲା ସଦର ମହକୁମା, ସବଡିଭିଜନ, ବ୍ଲକ ହେଡକ୍ୱାଟର, ସହରାଞ୍ଚଳ ମୁଖ୍ୟ-କାର୍ଯ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶାନାମା ଜାରୀ ହୋଇଛି ବୋଲି ସରକାରୀ ସୂତ୍ରରୁ ଏକ ବିଜ୍ଞପ୍ତିରେ କୁହାଯାଇଛି । ବିଭିନ୍ନ ନଦୀ, ସମୂଦ୍ର, ଜଳସୁଅକୁ ନ ଯିବାକୁ ସତର୍କତ୍ତା କରାଯାଇଛି । ଯେଉଁମାନେ ଯେଉଁଠି ଅଛନ୍ତି, ଘରକୁ ଅବା ନିରାପଦ ସ୍ଥାନ ଫେରିଯିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛନ୍ତି । ବାତ୍ୟାର ନା ଶୁଣି ଲୋକମାନେ ନିଜେ ନିଜର ଜାଳ କାଠ ଯୋଗାଡ଼ କରିବା ସାଂଗକୁ ଚୁଡ଼ା, ଚାଉଳ, ଡାଲି, ପନିପରିବା, ସଉଦା ଆଦି ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବାରେ ବ୍ୟସ୍ତ ଥିବା ଜଣାପଡିଛି ।

Leave A Reply

Your email address will not be published.