କଳଙ୍ଗା ସମାଜକୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ରାଜ୍ୟପାଳଙ୍କଠାରେ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା “କଳଙ୍ଗା” ସମାଜକୁ ଆଦିବାସୀ ମାନ୍ୟତା ଦେବା ପାଇଁ ସମାଜର ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ରାଜଭବନକୁ ଯାଇ ମହାମହିମ ରାଜ୍ୟପାଳଙ୍କଠାରେ ଗୁହାରୀ କରିଛନ୍ତି । କଳଙ୍ଗା ସମାଜର ପ୍ରମୁଖ କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ନନ୍ଦ କିଶୋର ଗିର୍ଣ୍ଣା, ଜଗଦିଶ ଗିର୍ଣ୍ଣା, ଦେଜେରାମ ବଣ୍ତୋ ଓ ସମାଜସେବୀ ଶ୍ରୀନିବାସ ପାତ୍ର ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ମଧ୍ୟ ଯୋଗାଯୋଗ କରିବା ପାଇଁ ମହାମହିମ ରାଜ୍ୟପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, “କଳଙ୍ଗା” ସମାଜ ଛତିଶଗଡ, ମଧ୍ୟପ୍ରଦେଶ, ବିହାର ରାଜ୍ୟରେ ଆଦିବାସୀ ମାନ୍ୟତା ପାଉଥିବା ବେଳେ ଓଡିଶାରେ ସାଧାରଣ ବର୍ଗର ମାନ୍ୟତା ପାଇଛନ୍ତି ।

Leave A Reply

Your email address will not be published.