ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡାଠାରେ ଅବସ୍ଥାପିତ ଓଡ଼ିଶାର ଏକମାତ୍ର ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରର କଳେବର ବୃଦ୍ଧି ପାଇଛି । ବହୁପ୍ରତିକ୍ଷିତ ଏହି ମହାବିଦ୍ୟାଳୟ ପରିସରରେ ଗଢି ଉଠିଥିବା ନବନିର୍ମିତ କୋଠା ମତ୍ସ୍ୟଗନ୍ଧା ଅତିଥିଗୃହର ଆନୁଷ୍ଠାନିକ ଉଦ୍ଘାଟନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ “ଓ.ୟୁ.ଏ.ଟି.” ଭୁବନେଶ୍ୱରର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଛନ୍ତି । କଲେଜ ପରିସରରେ ଅନୁଷ୍ଠିତ ଏକ ଭବ୍ୟ ଆସରରେ କୁଳପତି ପ୍ରଫେସର ଶ୍ରୀ ରାଉଲ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ବହୁ ଗଣ୍ୟମାନ୍ୟ ପ୍ରଫେସର୍, ଅଧ୍ୟକ୍ଷା, ଶିକ୍ଷକ ତଥା ଅଧ୍ୟାପକମାନଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ କୁଳପତି ପ୍ରଫେସର ଶ୍ରୀ ରାଉଲ୍ ପରାମର୍ଶ ଦେଇଥିଲେ । ଏହି ଆନୁଷ୍ଠାନିକ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା, ମୁଖ୍ୟବକ୍ତା ଭାବେ ପଶ୍ଚିମବଙ୍ଗ ବିଶ୍ଵବିଦ୍ୟାଳୟ କୋଲକାତାର ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରଫେସର୍ ଗଦାଧର ଦାଶ, ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସୌମେନ୍ଦ୍ର ନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅତିଥି ଭବନ ଆଗମୀ ଦିନରେ ବହୁ ଗଣ୍ୟମାନ୍ୟ ବିଶିଷ୍ଟ ଆଗନ୍ତୁକ ଅତିଥିମାନଙ୍କ ପାଇଁ ବେଶ୍ କାର୍ଯ୍ୟକାରୀ ହୋଇପାରିବ ବୋଲି ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ମତବ୍ୟକ୍ତ କରିବା ସାଂଗକୁ ଛାତ୍ରଛାତ୍ରୀମାନଙ୍କୁ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଡିନ୍ ପ୍ରଫେସର୍ ଉଦଗାତା ଅନେକ ଦିଗଦର୍ଶନ ଦେଇଥିଲେ ।