ଛତ୍ରପୁରରେ ମୁସଲମାନ ସମାଜ ପକ୍ଷରୁ ଗ୍ୟାରେମି ଶରିପ୍ ଉତ୍ସବ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ହିନ୍ଦୁ, ମୁସିଲିମ, ଖ୍ରୀଷ୍ଟିୟାନ ଆଦି ସର୍ବଧର୍ମ ସମନ୍ୱୟର ଏକ ଭାଇଚାରା ସମ୍ପନ୍ନ ସ୍ଥାନ । ଏହି ସହରରେ ସେଭଳି କୌଣସି ସାମଞ୍ଜସ୍ୟତା ଆଦୌ ନାହିଁ । କି କୌଣସି ଦ୍ଵିଧା ବି ନାହିଁ । ସବୁ ରହିଛି, ବିବିଧତାର ଏକ ଅନନ୍ୟ ସମ୍ପର୍କ । ଇସଲାମିକ ଧର୍ମର ପ୍ରୋଫେଟ ଗୌସ-ପାକ ରେହେମତୁଲ୍ଲାଙ୍କ ମର୍ଯ୍ୟାଦାରେ ପ୍ରତ୍ୟେକ ବର୍ଷ ଇସଲାମ ଧର୍ମ ବିଶ୍ୱାସୀମାନେ ଖୁବ ଧୁମ୍‌ ଧାମ୍‌ରେ ସେବା ଓ କଲ୍ୟାଣ ମୂଳକ କାର୍ଯ୍ୟ କରି ଗ୍ୟାରେମି ଶରିପ୍ ଉତ୍ସବ ମନାନ୍ତି । ଏହା ଏକ ନିଆରା ଅଟେ । ଏହି ଅବସରରେ ଛତ୍ରପୁର ସହରରେ ମୁସଲମାନ ସମାଜ ପକ୍ଷରୁ ପୁତିଗୋପାଳପୁର ନିକଟସ୍ଥ ପୁରୁଣା ସିନେମାହଲ ପଡିଆରେ ସମସ୍ତେ ଏକତ୍ରିତ ହୋଇ ଏହି ପବିତ୍ର ଗ୍ୟାରେମି ଶରିପ୍ ଧର୍ମ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ହଜରତ ଗୌସ-ପାକଙ୍କ ବାର୍ତ୍ତା ଓ ତାଙ୍କ ଜୀବନୀ ତ୍ୟାଗ ବଳିଦାନକୁ ଚର୍ଚ୍ଚା ଆଲୋଚନା କରିବା ସହ ସମାଜରେ କିଭଳି ଶାନ୍ତି ଭାତୃତ୍ତ୍ୱ ସମ୍ପନ୍ନ-ଚାରା ପ୍ରେମରେ ବଢିବ, ସେଥିପାଇଁ ତାଙ୍କ ଚେଷ୍ଟାକୁ ମନେ ପକାଇବା ସହ ପ୍ରାର୍ଥନା କରାଯାଇଥିଲା । ଏହି ମାସରେ ପୂଣ୍ୟ ପାଇଁ ମୁସଲମାନମାନେ ଜନମଙ୍ଗଳକାରୀ କାର୍ଯ୍ୟ କରିବା ସହ ନିଜ ନିଜ ସକ୍ଷମାନୁଯାୟୀ ପ୍ରତ୍ୟେକଙ୍କ ଘରେ ଗରୀବ ଲୋକଙ୍କୁ ଖାଦ୍ୟ ବଣ୍ଟନ ସହ ଅନ୍ୟାନ୍ୟ ସହଯୋଗ ସହାୟତା ମଧ୍ୟ କରିଥାନ୍ତି । ଏହି ଅବସରରେ ଛତ୍ରପୁର ମସଜିଦ ଧର୍ମଗୁରୁ ଏମ୍.ଡି. ଜୁଲଫିକର, ମସଜିଦ୍ ପ୍ରେସିଡ଼େଣ୍ଟ୍ କମରୁଲ୍ ହକ୍କ୍, ମହମ୍ମଦ ଇଶୁବ୍ ଖାନ୍, ଆଫତାବ୍ ହୁସନ୍, ଆଫ୍ରୋଜ୍ ଖାନ୍, ଜାକିର ଖାନ୍, ଆୟୁବ୍‌ଖାନ ଏବଂ ମସଜିଦ କମିଟି ସଦସ୍ୟ ହସରତ ଅଲ୍ଲି, ସେକ୍ ଶାହିଲ୍, ଅବଦୁଲ ଜାଫର, ନଜିର୍ ଶରିଫ, ସେକ୍ ଇମତିଆଜ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ଉତ୍ସବକୁ ଧୂମ୍‌ଧାମ୍‌ରେ ଆୟୋଜନ କରିଥିଲେ ।

Leave A Reply

Your email address will not be published.