ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର କପଡା ବେପାରୀଙ୍କ ଉପରେ ଜିଏସ୍ଟି ଚଢାଉ ଚାଲିଥିବା ସୂଚନା ମିଳିଛି । ସହରର ସୁଦପଡ଼ା ସ୍ଥିତ ରୋୟାଲ ଗାର୍ମେଣ୍ଟ୍ସ୍ ଓ ରାକେଶ କ୍ଲଥ୍ ଷ୍ଟୋରର ଗୋଦାମ ଘର ଉପରେ ଜିଏସ୍ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବା ଜଣାପଡିଛି । ତେବେ ଏହାର ସବିଶେଷ ବିବରଣୀ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଜିଏସ୍ଟି ଠକେଇର ବିଶେଷ ତଥ୍ୟ ଜିଏସ୍ଟି ବିଭାଗ ହାତରେ ଲାଗିବ ବୋଲି ସାଧାରଣରେ ଆଲୋଚନା ହେଉଛି ।