jayashree

ବଲାଙ୍ଗିର ସହରରେ ବଡ଼ ଧରଣର ଜିଏସ୍‌ଟି ଚଢ଼ଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଏସ୍‌ଟି ଫାଙ୍କୁଥିବା ବା ଜିଏସ୍‌ଟି ଅନିୟମିତତା ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ସିଟିଏନ୍‌ ଜିଏସ୍‌ଟି ବଲାଙ୍ଗିର ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ ପକ୍ଷରୁ ତଦନ୍ତ ଓ ଅନୁସଂଧାନ ଜାରି ରହିଥିବା ବେଳେ ଆଜି ଚିଫ୍‌ କମିଶନର୍‌ ସିଟିଏନ୍‌ ଜିଏସ୍‌ଟି ଓଡ଼ିଶାଙ୍କ ନିର୍ଦ୍ଦେଶରେ ଏବଂ ବଲାଙ୍ଗିର ପୋଲିସ ବିଭାଗ ଏସ୍‌ପିଙ୍କ ସହାୟତାରେ ସିଟି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବଲାଙ୍ଗିର୍‌, ଭବାନୀପାଟଣା ଓ ନୂଆପଡ଼ା ୟୁନିଟ୍‌ ପକ୍ଷରୁ ମିଳିତ ଭାବରେ ଆଜି ବଲାଙ୍ଗିର ସହର ସ୍ଥିତ ସୁଦ୍‌ପଡ଼ାର ଅର୍ଜୁନ ମେହେରଙ୍କ ମେସର୍ସ ରାକେଶ କ୍ଲଥ୍‌ ଷ୍ଟୋର୍‌ ଓ ଉମାକାନ୍ତ ମେହେରଙ୍କ ରୋୟାଲ୍‌ ଗାର୍‌ମେଣ୍ଟ୍‌ସ୍‌ ଉପରେ ଚଢ଼ଉ ଜାରି ରହିଛି । ବିଭାଗୀୟ ଅଧିକାରୀମାନଙ୍କ ଅନୁସାରେ ସଂପୃକ୍ତ କ୍ଲଥ୍‌ ଷ୍ଟୋର୍‌ର ପର୍‌ଚେଜ୍‌ ପାର୍ଟ ଅଧିକ ରହିଥିବା ବେଳେ ସେଲ୍‌ ପାର୍ଟକୁ କମ୍‌ କରି ପ୍ରଦର୍ଶିତ କରାଯାଇଛି । ଏହାଫଳରେ ସେଲିଂ ଅନୁସାରେ ଜିଏସ୍‌ଟି ପେମେଣ୍ଟ କମ୍‌ ହେଉଛି । ଏମାନେ ରେଡ଼ିମେଡ଼୍‌ ଗାର୍‌ମେଣ୍ଟସ୍‌ ସେକ୍ଟର୍‌ରେ କାମ କରୁଥିବା ବେଳେ ଏମାନଙ୍କ ଜିଏସ୍‌ଟିର ରିଟେଲ୍‌ ସେଲ୍‌ ଅଧିକ ରହିଥାଏ । ପୁଣି ହୋଲ୍‌ସେଲର୍‌ ବା ଷ୍ଟକିଷ୍ଟ୍‌ ଭାବରେ ମଧ୍ୟ ଏମାନେ କାମ କରୁଛନ୍ତି । ବର୍ତ୍ତମାନ ଏକାଉଣ୍ଟ୍‌ସ୍‌ ରେକର୍ଡ ଆଧାରରେ ତଦନ୍ତ ଜାରି ରହିଛି । ତଦନ୍ତ ସମାପ୍ତ ହେବା ପରେ କେତେ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି ତାହା ଜଣାପଡ଼ିବ ବୋଲି ଜିଏସ୍‌ଟି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ଏକ ପଚିଶ ଜଣିଆ ଜିଏସ୍‌ଟି ଟିମ୍‌ ଏହି ଚଢ଼ାଉ ଜାରି ରଖିଥିବା ବେଳେ ମେସର୍ସ ରାକେଶ କ୍ଲଥ୍‌ ଷ୍ଟୋର୍‌ର ମାଲିକ ଅର୍ଜୁନ ମେହେର ଜିଏସ୍‌ଟି ଠିକ୍‌ ଭାବରେ ପଇଠ ହେଉଥିବା କହିଛନ୍ତି ।

Leave A Reply

Your email address will not be published.