jayashree

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ : ପୁରୁଣା ଗାଡି ଉପରେ ଲାଗୁ ହେବ ଗ୍ରୀନ୍ ଟ୍ୟାକ୍ସ

ଭୁବନେ‌ଶ୍ୱର : ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ଲାଗି ପୁରୁଣା ଗାଡି ଉପରେ ଗ୍ରୀନ ଟ୍ୟାକ୍ସ ଲାଗୁ ପାଇଁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । କେତେ ବର୍ଷର ପୁରୁଣା ଗାଡି ଉପରେ କେତେ ଟଙ୍କାର ଟ୍ୟାକ୍ସ ଲାଗୁ ହେବ ତାହା ମଧ୍ୟ ଏଥିରେ ସ୍ପଷ୍ଟ କରାଯାଇଛି । ଟ୍ରାନ୍ସପୋର୍ଟ ଯାନ ବାହନ ଯଦି ୮ ବର୍ଷରୁ ପୁରୁଣା ହୋଇଥାଏ, ତାହେଲେ ଏହା ଉପରେ ସଡ଼କ ଟ୍ୟାକ୍ସର ବାର୍ଷିକ ୧୦ ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗୁହେବ । ସେହିପରି ପବ୍ଲିକ ଟ୍ରାନ୍ସପୋର୍ଟରେ ବ୍ୟବହୃତ ଗାଡି, ଯାଥା ସିଟି ବସ, ଇଣ୍ଟର-ଷ୍ଟେଟ୍‌ ବସ ଓ ସ୍କୁଲ ବସ ଆଦି ଉପରେ ଟ୍ୟାକ୍ସ ଲାଗୁ କରାଯିବ । ନନ୍‌ ଟ୍ରାନ୍ସପୋର୍ଟ ଯାନ ଯଦି ୧୫ ବର୍ଷର ପୁରୁଣା ହୋଇଥିବ ତାହେଲେ ଏ କ୍ଷେତ୍ରରେ ସେହିସବୁ ଗାଡି ଉପରେ ଗ୍ରୀନ୍‌ ଟ୍ୟାକ୍ସ ଲାଗୁ କରାଯିବ । ଗାଡି ପଞ୍ଜିକରଣ ନବୀକରଣ ସମୟରେ ଏହି ଟ୍ୟାକ୍ସ ନିଆଯିବ । ୫ ବର୍ଷ ପାଇଁ ଏହି ଟ୍ୟାକ୍ସ ନିଆଯିବ । ଦେଶର ୭ଟି ରାଜ୍ୟରେ ଏହି ଟ୍ୟାକ୍ସ ଲାଗୁ ହୋଇଛି ।

Leave A Reply

Your email address will not be published.