ପୁରୀରେ ଗ୍ରୀନ୍‌ ଫିଲ୍‌ଡ ବିମାନବନ୍ଦର : ୨୦ରୁ ଆରମ୍ଭ ହେବ ପ୍ରାଚୀର ନିର୍ମାଣ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀଠାରେ ପ୍ରସ୍ତାବିତ ଗ୍ରୀନ ଫିଲ୍‌ଡ ବିମାନ ବନ୍ଦର ଲାଗି ପ୍ରଥମ ଦଫାରେ ୯୪୦ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ଜିଲ୍ଲା ପ୍ରଶାସନ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ପ୍ରକଳ୍ପ ପାଇଁ ଆବଶ୍ୟକ ଘରୋଇ ଜମି ଅଧିଗ୍ରହଣ ନିମନ୍ତେ ପୁରୀ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାକୁ ପରିବହନ ବିଭାଗକୁ ପରାମର୍ଶ ଦିଆଯାଇଛି । ଜମି ଅଧିଗ୍ରହଣ ମାମଲାର ସଂଯୋଜନା ଓ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ପ୍ରସ୍ତାବିତ ସ୍ଥାନରେ ଆସନ୍ତା ୨୦ ତାରିଖରେ ପ୍ରାଚୀର ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ । ଚାରି ମାସ ମଧ୍ୟରେ ଏହି ପାଚେରି ବୁଲା କାମ ସମ୍ପୂର୍ଣ୍ଣ ହେବ । ଆଗାମୀ ୧୭ ତାରିଖରେ ପୁଣି ଥରେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.