ଘନ ଘନ ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ବିଜେପି ପକ୍ଷରୁ କୁଡାସିଂହା ଗ୍ରୀଡ ଘେରାଉ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାରେ ଟାଟା ପାୱାରର ମନମୁଖୀ କାର୍ଯ୍ୟ ଓ ଘନ ଘନ ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର କୁଡାସିଂହା ମଣ୍ଡଳ ସଭାପତି ପୁରୁଷୋତ୍ତମ ସାହୁଙ୍କ ସଭାପତିତ୍ୱରେ ବିକ୍ଷୋପ କରି ସ୍ଥାନୀୟ ଗ୍ରୀଡ ଘେରାଉ କରିଥିବା ଜଣାପଡ଼ିଛି । ଯେଉଁଦିନ ଠାରୁ ଟାଟା କମ୍ପାନୀକୁ ବିଦ୍ୟୁତ ଯୋଗାଣ ପାଇଁ ଲିଜ ଦିଆଯାଇଛି ସେହିଦିନଠାରୁ ଉପଭୋକ୍ତାମାନେ ନାହିଁ ନ ଥିବା ଅଭିଯୋଗର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ସାମାନ୍ୟ ବର୍ଷା କିମ୍ୱା ପବନ ହେଲେ ବିଦ୍ୟୁତ କାଟ କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ପ୍ରବଳ ଗରମ ଓ ୪୫ ଡିଗ୍ରୀ ରୁଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବିଜୁଳି କାଟ ପାଇଁ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ଏପରି ସ୍ଥଳେ ବିଦ୍ୟୁତ କାର୍ଯ୍ୟାଳୟକୁ ଅଭିଯୋଗ କଲେ, ଫୋନ ଉଠାଉ ନାହାନ୍ତି ଯଦି କେହି ଅଧିକାରୀ ଉଠାଇଲେ ଟୋଲ ଫ୍ରି ନମ୍ବରରେ କଲ କରିବା ପାଇଁ କହି ଉପଭୋକ୍ତାଙ୍କୁ ହଇରାଣ କରୁଥିବା ଅଞ୍ଚଳର ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି । ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ଉମାକାନ୍ତ ମଲ୍ଲିକ, ନାରାୟଣ ନାଥ, ଶିଶୁପାଳ ସାହୁ, ଚିନ୍ତାମଣି ମହାକୁର, ବାନ ବିହାରୀ ପଟେଲ, ଦୁର୍ଗା ପ୍ରସାଦ ସିଂ ଦେଓ, ନୁଆଧର ଭାଟି, ମୁକୁନ୍ଦ ଭୋଇ, ଜିବରଧନ ଦଳେଇଙ୍କ ସହ ବହୁ ବିଜେପି କର୍ମୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.