oum

କଳାହାଣ୍ଡିର ପ୍ରଥମ ଗ୍ରାମ୍ୟପାର୍କ ଲୋକାର୍ପିତ : ପ୍ରକୃତି କୋଳରେ ମନ ମୋହୁଛି ଗ୍ରାମ୍ୟପାର୍କ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଂଚାୟତର କଢେଲଠାରେ ତିଆରି ହୋଇଥିବା କଳାହାଣ୍ଡିର ପ୍ରଥମ ଗ୍ରାମ୍ୟପାର୍କ ଆଜି ଲୋକାର୍ପିତ ହେବା ଅବସରରେ କଳାହାଣ୍ଡିରେ ପ୍ରକୃତିର ଶୋଭରାଜି ସମସ୍ତଙ୍କୁ ଆକୃଷ୍ଟ କରୁଥିବା ବେଳେ ପ୍ରାକୃତିକ ପରିବେଶରେ ଏହି ପାର୍କଟି ସମସ୍ତଙ୍କ ମନରେ ଶାନ୍ତି ପ୍ରଦାନ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବମକ ପଂଚାୟତ ସରପଂଚ ପ୍ରତିମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ପର୍ବରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ସମ୍ମାନୀତ ଅତିଥି, ପିଡ଼ି ଡ଼ିଆରଡ଼ିଏ ସୋମେଶ କୁମାର ଉପାଧ୍ୟାୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟା ସ୍ନେହଲତା ଭୋଇ, ମ. ରାମପୁର ବିଡ଼ିଓ ଉତ୍ତମ କୁମାର ବାଗ, ପୂର୍ବତନ ଜିଳ୍ଳା ପରିଷଦ ସଭ୍ୟ ଜୟଦେବ ସାହୁ, ଏଇଇ ନିହାର ରଂଜନ ମାଝୀ, ସମିତି ସଭ୍ୟ ତ୍ରିଲୋଚନ ବଗର୍ତ୍ତୀ, ପଂଚାୟତ ନିର୍ବାହୀ ଅଧିକାରୀ ଶୁକୃ ରଣା ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳାନାରେ ରୋମାଞ୍ଚ ସାହୁ(ରାଷ୍ଟ୍ର), ଭବାନୀ ଶଙ୍କର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.