
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ସରପଞ୍ଚମାନେ ଗ୍ରାମସଭାକୁ ବର୍ଜନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି ମେହେରଙ୍କ ଉପସ୍ଥିତିରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଞ୍ଜୁରୀପ୍ରାପ୍ତ ପାଇଁ ଏହି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସରପଞ୍ଚ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କ ଅନୁପସ୍ଥିତ କ୍ରମେ ଗ୍ରାମର ଜଣେ ଭଦ୍ରବ୍ୟକ୍ତି ବରୁଣ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚାୟତର ବହୁ ହିତାଧିକାରୀମାନେ ସାମିଲ ହୋଇଥିଲେ । ଜିଓଟେଗ ଶୋଭାକର ନାଗ ସଭା ସଂଯୋଜନା କରିଥିଲେ ।