ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ସଲଣ୍ଡି ଗାଁର ଜ୍ଞାନପ୍ରକାଶ ବେହେରା(୨୭)ଙ୍କ ଆତ୍ମହତ୍ୟା ଘଟଣା ଉପରେ ପରିବାର ଲୋକେ ଆଜି ସକାଳୁ ରାସ୍ତା ଜାମ କରିଥିଲେ । ସୂଚନା ଅନୁସାରେ ଗତ ମାସ୧୪ ତାରିଖରେ ଜ୍ଞାନପ୍ରକାଶ ବେହେରା ନିଖୋଜ ଥିବା ହେତୁ ପରିବାର ଲୋକେ ବେଲପଡା ଥାନାରେ ଏତଲା ଦେଇଥିଲେ କିନ୍ତୁ ପରିବାର ଲୋକେ ବେଲପଡା ପୋଲିସ ତଦନ୍ତରେ ସନ୍ତୁଷ୍ଟ ହୋଇନଥିଲେ । ତେଣୁ ଏନେଇ ଗତ ୨୩ ତାରିଖ ଦିନ ବଲାଙ୍ଗିର ଜିଲ୍ଲା ଏସ୍ପିଙ୍କ ଦ୍ୱାରସ୍ଥ ହେଲା ପରେ ମଧ୍ୟ ଏହି ଘଟଣାର ଉଚିତ ତଦନ୍ତ ହୋଇ ପରିନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ଓ ଆଜି ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ପଟଣାଗଡ଼ ଏସ୍ଡିପିଓ, ବେଲପଡା ଥାନାଧିକାରୀ ଉପସ୍ଥିତ ରହି ବୁଝାସୁଝା ପରେ ମଧ୍ୟ ରାସ୍ତାରୋକ ଜାରି ରଖିଛନ୍ତି । ଯେ ପର୍ଯ୍ୟନ୍ତ ଜିଲ୍ଲା ଏସ୍ପି ଓ ଜିଲ୍ଲାପାଳ ନ ଆସିବେ ଓ ଏହି ଘଟଣାର ଉଚିତ୍ ତଦନ୍ତ ନ କରାଯିବ ସେ ପର୍ଯ୍ୟନ୍ତ ରାସ୍ତାରୋକ ଜାରିରହିବ ବୋଲି ଗ୍ରାମାବସୀ ଓ ପରିବାରଲୋକେ ଜିଦ୍ ଧରିଥିଲେ । ତେବେ ଘଟଣାସ୍ଥଳରେ ବଲାଙ୍ଗିର ଅତିରିକ୍ତ ଏସ୍ପି ଆସି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।
Next Post