jayashree

କୃଷି କ୍ରାନ୍ତିକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକ ଉନ୍ନତି ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଗୁଡଭେଲ୍ଲା ବ୍ଲକର ଗମ୍ଭାରୀଗୁଡା, ବିରାମୁଣ୍ଡା, ଘୁନା ଓ ଦେଉଲଗୁଡ଼ି ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରାମସଭାରେ ମୁଖ୍ୟ ଦାବୀଗୁଡିକ ଥିଲା ଅକ୍ଟୋବର ୧୫ ସୁଦ୍ଧା ଦ୍ୱିତୀୟ ଫସଲ ପାଇଁ ମୁଗ, ବିରି, କୋଳଥ, ତୈଳ ଜାତୀୟ ମଞ୍ଜି ଯୋଗଇ ଦେବା, କୃଷି ପାଇଁ ଜଳସେଚନ, କୃଷକ ପୋଟାଲରେ ପଞ୍ଜିକରଣ । ଏହି ସଭାରେ ଉପସ୍ଥିତ ଥିଲେ ସରପଞ୍ଚ ଜିଆର୍‌ଏସ୍‌, ୱାର୍ଡ ମେମ୍ବର ସିଆର୍‌ପି, ଏମ୍‌ବିକେ, ଲୋକ ଉନ୍ନତି ସଂଗଠନର ଭିଏଲ୍‌ସି, ଜିପିଏଲ୍‌ସି ଗ୍ରାମର ଏବଂ ଲୋକ ଉନ୍ନତିର ସାଥୀ ଭାଇ ତପେଶ୍ୱର କୁଶଳ, ପିତାମ୍ବର ପଧାନ, ନୀଳାକାର ଭୋଇ ଏବଂ ବିଶ୍ଵାମିତ୍ର ଭୋଇ ।

Leave A Reply

Your email address will not be published.