ବିଲେଇସର୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ବେଆଇନ ଟଙ୍କା ଦେଣ ନେଣ ଘଟଣାରେ ଏଫେୟାର ଦର୍ଜ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ବଲାଙ୍ଗିର, (କେପିଏନ୍ଏସ୍) : ବିଲେଇସର୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ବେଆଇନ ଟଙ୍କା ଦେଣ ନେଣ ଘଟଣାରେ ଏଫେୟାର ଦର୍ଜ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ସରପଞ୍ଚ ପ୍ରାର୍ଥିନୀ ବିଳାସିନି ଶର୍ମାଙ୍କ ଅଭିଯୋଗକୁ ଭିତ୍ତି କରି ଜିଲ୍ଲାପାଳ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଏହି ମାମଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍ଆଇଟି ଯାଞ୍ଚ ହୋଇ ସାରିଥିବା ବେଳେ ଏସ୍ଆଇଟି ଟିମ୍କୁ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ପ୍ରାର୍ଥିନୀ ବିଲାସିନି ଶର୍ମା । ତେବେ ଏହି ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏଫେୟାର ଦର୍ଜ ପାଇଁ ଆଜି ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ରାଣା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।