ଆଇଏନ୍ଏସ୍ ଚିଲିକାର ନୂଆ କମାଣ୍ଡିଂ ଅଫିସରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ନୌସେନାର ଆଇଏନ୍ଏସ୍ ଚିଲିକାରେ ୨୩ତମ କମାଣ୍ଡିଂ ଅଧିକାରୀ ଓ ଷ୍ଟେସନ୍ କମାଣ୍ଡର୍ ଭାବେ କୋମୋଡର୍ ବି ଦୀପକ ଅନୀଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସେ ବିଦାୟୀ କୋମୋଡର ଏନ୍‌.ପି ପ୍ରଦୀପଙ୍କ ଠାରୁ ଏକ ଆନୁଷ୍ଠାନିକ ପ୍ୟାରେଡ୍ ସମାରୋହରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ପ୍ରଶିକ୍ଷଣ ନେଉଥିବା ଏବଂ କର୍ତ୍ତବ୍ୟରତ ନୌସେନା ଅଧିକାରୀମାନେ ତାଙ୍କୁ ଆନୁଷ୍ଠାନିକ ପ୍ୟାରେଡ୍‌ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ । ଆଇଏନ୍‌ଏସ୍ ଚିଲିକାର ନୂଆ ଷ୍ଟେସନ୍‌ କମାଣ୍ଡର ଓଡ଼ିଶାରେ ଭାରତୀୟ ନୌସେନାର ଭାରପ୍ରାପ୍ତ ଅଧିକାରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ ।

Leave A Reply

Your email address will not be published.