ls

ଶ୍ରୀ ଜଗନ୍ନାଥ ଶୀର୍ଷକ ଚିତ୍ରଶିଳ୍ପୀ ଶିବିରରେ ଅଂଶ ଗ୍ରହଣ

sb

କଳାହାଣ୍ଡି, (ହେମନ୍ତ ସାହୁ) : ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ତଥା ଓଡିଶା ଲଲିତ କଳା  ଏକାଡେମି ଦ୍ୱାରା ୧ ଜୁଲାଇ ଠାରୁ ୪ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ‘ଶ୍ରୀ ଜଗନ୍ନାଥ’ ଶୀର୍ଷକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିରରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କବି, ଚିତ୍ରଶିଳ୍ପୀ ତଥା ଭେଷଜ ବିଶେଷଜ୍ଞ ଡା. ଦୀନବନ୍ଧୁ ସାହୁ  ଯୋଗଦେବାର ସୁଯୋଗ ଲାଭ କରିଛନ୍ତି । ଭୁବନେଶ୍ୱର ପାନ୍ଥ ନିବାସରେ ଅନୁଷ୍ଠିତ ଏହି ଅଧ୍ୟାତ୍ମିକ କର୍ମଶାଳାରେ ପ୍ରସ୍ତୁତ ସମସ୍ତ ଚିତ୍ରଗୁଡିକ ଆସନ୍ତା ୬ ତାରିଖରୁ ୧୫ ଜୁଲାଇ ଯାଏଁ ପୁରୀସ୍ଥିତ  ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ରଥଯାତ୍ରା ଉପଲକ୍ଷେ ପ୍ରଦର୍ଶିତ ହେବ । ଏହି ଅବସରରେ  ଅଂଶଗ୍ରହଣକାରୀ ସମସ୍ତ ଚିତ୍ରଶିଳ୍ପୀ ମାନଙ୍କୁ ଉପଢୌକନ, ମାନପତ୍ର ଆଦି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା  ପ୍ରଦାନ କରାଯାଇଥିଲା ।

pc pk
Leave A Reply

Your email address will not be published.