oum

ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ରଥଙ୍କ ଅବସର ଗ୍ରହଣ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦର୍ବେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ରଥ ଅବସର ଗ୍ରହଣ କରିଛନ୍ତି । ସେ ୧୯୯୦ ମସିହାରେ ଫଲସାପାଲି ଉନ୍ନୀତ ବିଦ୍ୟାଳୟରୁ ଶିକ୍ଷକ ଭାବେ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରେ ବନୁପାଲି, ଡଙ୍ଗାଘାଟରେ ଶିକ୍ଷକତା ତଥା ଖଇରପାଲିରେ ଆଞ୍ଚଳିକ ସାଧନ ସଂଯୋଜକ (ସିଆର୍‌ସିସି) ଭାବେ କାର୍ଯ୍ୟ ତୁଲାଇଥିଲେ । ୨୦୧୨ ମସିହାରେ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇ ବରିକେଲ ଏବଂ ପରେ ପରେ ଦର୍ବେକେଲାରେ କାର୍ଯ୍ୟ କରି ଆସୁଥିଲେ । ଗତ ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩୪ ବର୍ଷ ଧରି ଗଣଶିକ୍ଷା ବିଭାଗ ଅଧିନରେ କାର୍ଯ୍ୟ କରି ଶ୍ରୀରଥ ରାଜ୍ୟ ପାଇଁ ଅନେକ ସୁନାଗରିକ ସୃଷ୍ଟି କରିବା ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଛନ୍ତି । ଗତ ୨୯ ତାରିଖ (ଶନିବାର) ତାଙ୍କ ଶେଷ କାର୍ଯ୍ୟ ଦିବସ ଥିବାରୁ ଦର୍ବେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟୀର ସଦସ୍ୟ, ସମସ୍ତ ଛାତ୍ରଛାତ୍ରୀ ସମେତ ଦର୍ବେକେଲା ଗ୍ରାମବାସୀ ଉପସ୍ଥିତ ରହି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Reply

Your email address will not be published.