ନୂଆଦିଲ୍ଲୀର ନର୍ଥ ବ୍ଲକରେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅମିତ ଶାହା

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସର୍ବଦା ଦେଶ ଏବଂ ଏହାର ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବ – ଅମିତ ଶାହା
  • ମୋଦୀ ଭାରତର ସୁରକ୍ଷା ପାଇଁ ନିଜର ପ୍ରୟାସକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ ଏବଂ ଆତଙ୍କବାଦ, ବିଦ୍ରୋହ ଏବଂ ନକ୍ସଲବାଦ ବିରୋଧରେ ଭାରତକୁ ଦୃଢ଼ ଶକ୍ତି ଭାବରେ ଗଢ଼ି ତୋଳିବେ
  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଜାତୀୟ ପୋଲିସ ସ୍ମାରକୀରେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ଅମିତ ଶାହା ଆଜି ନୂଆଦିଲ୍ଲୀର ନର୍ଥ ବ୍ଲକରେ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ‘ଏକ୍ସ’ରେ ଏକ ପୋଷ୍ଟ କରି ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସର୍ବଦା ଦେଶ ଏବଂ ଏହାର ଲୋକଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିବ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ମୋଦୀ ୩.୦ ଭାରତର ସୁରକ୍ଷା ପାଇଁ ନିଜର ପ୍ରୟାସକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ ଏବଂ ଆତଙ୍କବାଦ, ବିଦ୍ରୋହ ଏବଂ ନକ୍ସଲବାଦ ବିରୋଧରେ ଭାରତକୁ ଏକ ଦୃଢ଼ ଶକ୍ତି ଭାବରେ ଗଢ଼ିତୋଳିବେ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ପୁଲିସ ସ୍ମାରକୀଠାରେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ସମ୍ମାନ ରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ଆମ ପୋଲିସ ବାହିନୀର ସହିଦମାନଙ୍କୁ ସ୍ମରଣ କରିବା ଉଚିତ୍‌ ଯେଉଁମାନଙ୍କ ବଳିଦାନର ଗାଥା ଦେଶପ୍ରେମର ଉତ୍ସାହକୁ ସବୁଦିନ ପାଇଁ ଅମର କରିଦେଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.