oom

ପୁରୀ ଜିଲ୍ଲାର ଗର୍ବ ଓ ଗୌରବ ସୋନା, ସୋନମ୍

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୫୧ତମ ଜାତୀୟ ହ୍ୟାଣ୍ଡ ବଲ୍ ଚାମ୍ପିୟନସିପ୍‌ ୨୦୨୨ରେ ଭାଗ ନେବେ ଡେଲାଙ୍ଗର ଦୁଇ ଝିଅ ସ୍ୱର୍ଣ୍ଣାଲତା ବିରେନ୍ଦ୍ର (ସୋନା) ଓ ସୋନମ୍ ସ୍ୱାଇଁ । ଆନ୍ଧ୍ରପ୍ରଦେଶର ନନ୍ଦୀୟଲ୍‌ରେ ତା.୨୬.୧୧.୨୦୨୨ରୁ ତା.୩୦.୧୧.୨୦୨୨ରିଖ ମଧ୍ୟରେ ହେବାକୁ ଥିବା ଜାତୀୟ ହ୍ୟାଣ୍ଡ ବଲ୍ ଚାମ୍ପିୟନସିପ୍‌ରେ ଓଡ଼ିଶା ଦଳରେ ସ୍ଥାନ ପାଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ହ୍ୟାଣ୍ଡ ବଲ ସଂଘର ସମ୍ପାଦକ ଗୋପୀନାଥ ସାହୁ । ପିଲାମାନଙ୍କୁ ଡେଲାଙ୍ଗ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପୁରୀ ଜିଲ୍ଲାର ପୂର୍ବତନ ବିଧାୟକ ତଥା ସଂଘର ସଭାପତି ମହେଶ୍ୱର ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ସରପଞ୍ଚ ଦୀପକ୍ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଓ ପୁରୀ ଜିଲ୍ଲା ହ୍ୟାଣ୍ଡ ବଲ ସଂଘର ଉପସଭାପତି ରାଜ କିଶୋର ମହାନ୍ତି ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କୁ ଉପଯୁକ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କୋଚ୍ ତଥା ଶାରିରୀକ ଶିକ୍ଷ୍ୟା ଶିକ୍ଷକ ନଟବର ସେଠୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.