ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିମାଚଳ ପ୍ରଦେଶ ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ବ୍ରହ୍ମପୁର ସହରର ୧୮ବର୍ଷୀୟ ହର୍ଷବର୍ଦ୍ଧନ ସାହୁ ଖେଳରେ ବିଜୟ ଲାଭ କରିଛନ୍ତି । ଏହା ସମଗ୍ର ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶାର ଏହି ଯୁବ ଭାରୋତ୍ତୋଳନକାରୀ କେବଳ ସ୍ୱର୍ଣ୍ଣ ପଦକ ଜିତି ନଥିଲେ ବରଂ ଏହି ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍ସିପ୍ରେ ବାଳକ ମାନଙ୍କ ୪୯ କିଲୋଗ୍ରାମ ଯୁବ ବର୍ଗରେ ୨୦୩ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ସହ ୧୧୫ କି.ଗ୍ରା ଭାରଉତ୍ତୋଳନ କରି ଦୁଇଟି ଜାତୀୟ ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କୀ ବାତ୍ ସଦ୍ୟତମ ଏପିସୋଡ୍ରେ ତାଙ୍କର ସଫଳତାକୁ ସ୍ୱୀକୃତି ଦେଇଥିଲେ । ଯେଉଁଠାରେ ସେ ଅନ୍ୟ ଉତ୍କୃଷ୍ଟ ଖେଳାଳିମାନଙ୍କ ସହିତ ହର୍ଷବର୍ଦ୍ଧନଙ୍କୁ ପ୍ରଶଂସା କରିଥିଲେ । ବ୍ରହ୍ମପୁରରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ହର୍ଷବର୍ଦ୍ଧନଙ୍କ ଯାତ୍ରା ତାଙ୍କ ଉତ୍ସର୍ଗତା ଏବଂ ଦୃଢ଼ତାର ପ୍ରମାଣ । ତାଙ୍କର ସଫଳତା ସାରା ଭାରତର ଯୁବ ଖେଳାଳୀ ମାନଙ୍କୁ ଅନୁପ୍ରଣୀତ କରିବ । ଏହା ପ୍ରମାଣିତ କରୁଛି ଯେ’ କଠିନ ପରିଶ୍ରମ ଏବଂ ସ୍ଥିରତା ମହାନତା ଆଡ଼କୁ ନେଇପାରେ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଚମକଦାର ରହିଛି, ଏବଂ ହର୍ଷବର୍ଦ୍ଧନଙ୍କ ଭଳି ପ୍ରତିଭା ସହିତ, ଭାରତୀୟ ଭାରୋତ୍ତୋଳନର ଭବିଷ୍ୟତ ପୂର୍ବ ଅପେକ୍ଷା ଅଧିକ ଉଜ୍ଜ୍ୱଳ ଦେଖାଯାଉଛି । ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଏବଂ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହର୍ଷବର୍ଦ୍ଧନ ସାହୁଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ତାଙ୍କରି ଭବିଷ୍ୟତ ଜୀବନ ଶୈଳୀ ଖୁବ୍ ସୁନ୍ଦର୍ ଏବଂ ଯଶସ୍ୱୀ ହେବା ପାଇଁ କାମନା କରିଛନ୍ତି ।

Prev Post