ଦେଓଗାଁ ବ୍ଳକରେ ବିଭିନ୍ନ ଗୋ‌ଷ୍ଠୀ କେନ୍ଦ୍ର ଉଦ୍‌ଘାଟିତ

  • ପାନୀୟ ଜଳ ପାଇଁ ନିଶ୍ଚିତ ପ୍ରତିଶୃତି ଦେଲେ ବ୍ଳକ ଅଧ୍ୟକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ସିଂହାମୁଣ୍ଡା ପଞ୍ଚାୟତ ଲକ୍ଷ୍ମଣପୁର ଗାଁରେ ଥିବା ଗୋଷ୍ଠୀ କେନ୍ଦ୍ରକୁ ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ମଙ୍ଗଳବାର ୧୨ଟା ସମୟରେ ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନ ଉତ୍ସବରେ ୧୨ ନମ୍ବର ଜିଲ୍ଲା ପରିଷଦ ଜୋନର ସଦସ୍ୟ ସୁଶିଲ ଚାନ୍ଦ, ପୂର୍ବ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ମିଶ୍ର, ଧଣ୍ଡାମାଲ ସରପଞ୍ଚ ଦୟାନିଧୀ ଖମାରୀ, ବ୍ଳକ ବିଜେଡ଼ି ଯୁବ ସଭାପତି ଶୈଲେନ୍ଦ୍ର ସାହୁ, ଯୁବନେତା ଅଚ୍ୟୁତ ମିଶ୍ର, ମହନ ପଧାନ, ବିନୋଦ ପଧାନ, ଯୁଜନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସିଂହାମୁଣ୍ଡାର ଖଲିଆପାଲି ଗାଁର ଓ ଦେଷଣ୍ଢ ପଞ୍ଚାୟତ ପିଲାତିମହୁଲରେ ଥିବା ଗୋ‌ଷ୍ଠୀ କେନ୍ଦ୍ରକୁ ଉଦ୍‌ଘାଟନ କରାଯାଇଥିବା ବେଳେ ଗାଈବାହାଲ ପଞ୍ଚାୟତର ଗାଈବାହାଲ ଅଙ୍ଗନୱାଡ଼ି କୋଠାକୁ ଉଦ୍‌ଘାଟନ କରାଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମଗୁଡ଼ିକରେ ସଂପୃକ୍ତ ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ସାମିଲ ହୋଇଥିଲେ । ବ୍ଲକ ଅଧ୍ୟକ୍ଷାଙ୍କ ଯୋଗ୍ୟ ଅନୁସାରେ ଦେଓଗାଁ ବ୍ଳକର ୩୬ଟି କୋଠା ଅଧାପନ୍ତରିଆ ହୋଇପଡ଼ିଛି । ତନମଧ୍ୟରୁ ବିଭିନ୍ନ କୋଠାକୁ ପର୍ଯ୍ୟାୟ କ୍ରମେ ଆର୍ଥିକ ସହାୟତା ଯୋଗାଇ ସମ୍ପୂର୍ଣ୍ଣ କରାଯାଉଛି । ବର୍ତ୍ତମାନ ଗାଁଗୁଡ଼ିକର ମୁଖ୍ୟ ସମସ୍ୟା ହେଲା ପିଇବା ପାଣି । ଅତି ଆବଶ୍ୟକତା ପଡ଼ୁଥିବା ପଡ଼ାକୁ ପଞ୍ଚାୟତ ଓ ବ୍ଳକ ମାଧ୍ୟମରେ ପାନୀୟ ଜଳର ଯୋଗାଣର ବ୍ୟବସ୍ଥା କରାଯିବ । କିନ୍ତୁ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଅନୁସାରେ ୨୦୨୪ ସୁଦ୍ଧା ସବୁ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ବାର ଲକ୍ଷ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଦା ଏହି ଯୋଜନାକୁ ଯେଉଁ ଭାବେ କାର୍ଯ୍ୟକାରୀ କରାଯାଉଛି ଦେଓଗାଁ ବ୍ଳକ ସମସ୍ତ ଗାଁରେ ନିଶ୍ଚିତ ଭାବେ ନିର୍ଦ୍ଦାରିତ ସମୟ ପୂର୍ବରୁ ଶୁଦ୍ଧ ପାଣି ପାଇବେ ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.