oom

ଖୋଲମ୍‌ଖୋଲା ପଦାରେ ପଡ଼ିଲା ବଲାଙ୍ଗିର ଜିଲ୍ଲା ବିଜେପି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳ ଗତ ୯ ତାରିଖ ଦିନ ଖୋଲମ୍‌ଖୋଲା ପଦାରେ ପଡ଼ିଲା । ଏପରିକି ବିଜେପି.ର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌ଙ୍କ ଗସ୍ତ କାର୍ଯ୍ୟକ୍ରମରେ ସେଦିନ ଅପରାହ୍ନରେ ବଲାଙ୍ଗିର ସହର ଉପକଣ୍ଠ ବିଜାଖମନ ଠାରୁ ଏକ ଭବ୍ୟ ବାଇକ୍‌ ରାଲିର ଆୟୋଜନ କରାଯାଇଥିବା ବେଳେ ଏଥିରେ ଶହ ଶହ ବିଜେପି କର୍ମୀ ସାମିଲ୍‌ ହୋଇଥିଲେ । ର‍୍ୟାଲି ଆସିବା ସମୟରେ ଆର୍‌ଟିଓ ଛକରେ ଗତ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଏବଂ ବଲ୍ଲୁ ଭାଇ ଓରଫ୍‌ ବଳରାମ ସିଂ ଯାଦବ ନିଜ ସମର୍ଥକଙ୍କ ସହ ଉପସ୍ଥିତ ଥିବା ବେଳେ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ୍‌, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏବଂ ବିଜେପିର ଯୁବନେତା ଗୋପାଳଜୀ ପାଣିଗ୍ରାହୀଙ୍କ ଗାଡ଼ି ଅକଟି ନଥିଲା । ଏଥିରେ କ୍ଷୁବ୍ଧ ହୋଇ ଅସନ୍ତୁଷ୍ଟ ଗୋଷ୍ଠୀ ଯୁବନେତା ଗୋପାଳଜୀଙ୍କୁ ଗାଡ଼ି ଉପରୁ ଘୋଷାଡ଼ି ଆଣିଥିବା ବେଳେ ଦୁଇ ଗୋଷ୍ଠୀ ଭିତରେ ହାତାହାତି, ସାର୍ଟ ଫଡ଼ାଫଡ଼ି ଭଳି ପରିସ୍ଥିତି ଉପୁଜିଥିଲା । ରଣକ୍ଷେତ୍ର ପାଲଟି ଯାଇଥିଲା ର‍୍ୟାଲି ସ୍ଥଳ । ଠିକ୍‌ ହାତାହାତି ବେଳେ ବଲ୍ଲୁ ଭାଇ ଘଟଣା ସ୍ଥଳରୁ ଫେରାର୍‌ ହୋଇଥିଲେ । ତେବେ ସେହି ଘଟଣା ପରଦିନ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ୍‌ଙ୍କ ଦ୍ୱାରା ଡ଼କାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କୌଣସି ଘଟଣା ଘଟିଥିବା ଦେଖିନାହାନ୍ତି ବୋଲି ଶ୍ରୀ ସାମଲ୍‌ କହିଥିବା ବେଳେ ବଲାଙ୍ଗିର ସାଂସଦ ଶ୍ରୀମତୀ ସିଂହଦେଓ ମଧ୍ୟ ଅପ୍ରୀତିକର ଘଟଣା ଘଟିଥିବା ସଂପର୍କରେ ଜାଣି ନଥିବା କହିଥିଲେ । ବଲ୍ଲୁ ଭାଇ ବିଜେପିର ସଦସ୍ୟ ନୁହନ୍ତି ବୋଲି ରାଜ୍ୟ ସଭାପତି ଓ ବଲାଙ୍ଗିର ସାଂସଦ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ବଲ୍ଲୁଭାଇ ମୁଁ ବିଜେପିରେ ଅଛି ଏବଂ ବିଜେପି.ର ସମୃଦ୍ଧି ପାଇଁ ତୃଣମୂଳ ସ୍ତରରେ କାମ କରୁଛି ବୋଲି ମତ ରଖିଛନ୍ତି । ପୁଣି ଗତ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ନିଜ ମତ ରଖିବା ବେଳେ ଅନ୍ୟ ଦିଗକୁ ଟାର୍ଗେଟ କରିଛନ୍ତି । ବିଜେପିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ବି ଏହି ଘଟଣା ବେଶ୍‌ ପ୍ରଭାବ ପକାଇଥିବା ଅନୁମାନ କରାଯାଉଛି । ଏହି କ୍ରମରେ ଆମ ସହ ଅଛନ୍ତି ପୂର୍ବତନ ବଲାଙ୍ଗିର ପୌର ପରିଷଦ କାଉନ୍‌ସିଲର୍‌ ତଥା ବିଜେପିର ବରିଷ୍ଠ କର୍ମକର୍ତ୍ତା ଅନୀଲ ପାଣିଗ୍ରାହୀ । ତେବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବିଜେପି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳକୁ ନେଇ ‘ସେମାନଙ୍କ ମୁହଁ କେତେଟା, ସେମାନେ ଜାଣିଥିବେ, ଦୋ’ମୁହାଁ କହିଲେ ବି କମ୍‌ ହୋଇଯିବ’ ବୋଲି ମତ ରଖିଛନ୍ତି ।

jittmm
Leave A Reply

Your email address will not be published.