
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଚାଣ୍ଟିମୁଣ୍ଡା ଗ୍ରାମରେ ଗତକାଲି ଓ ଆଜି ଦୁଇଦିନ ଧରି କାର୍ତ୍ତିକ ପଞ୍ଚୁକ ଅବସରରେ ଗୋପଲୀଳାର ପାରାୟଣ ଅନୁଷ୍ଠିତ ହୋଇଯାଇଛି । ବ୍ୟାସ ରୂପେ ଉମାପତି ନାଥ ଗାଦିରେ ବସି ପାରାୟଣ କରିଥିବା ବେଳେ ପୂଜକ ରୂପେ ଭାଗବତ ହୋତା ପୂଜା କର୍ମ କରିଥିଲେ । କର୍ତ୍ତା ରୂପେ ମନୋଜ କୁମାର ନାଥ ଓ ତାଙ୍କର ସହ ଧର୍ମିଣୀ ଥିଲେ । ପାଳିଆ, ସଙ୍ଗୀତ ଓ ବିଭିନ୍ନ ବାଦ୍ୟ ରମା ପାଣି ନାଥ ଓ ତାଙ୍କର ଦଳ ପକ୍ଷରୁ ପ୍ରସ୍ତୁତ ହୋଇଥିଲା । ସନାତନ ନାଥ, ରାଜେନ୍ଦ୍ର ବେହେରା, ସୁରୁବାବୁ ବେହେରା, ଦ୍ୱାରିକା, ବଦ୍ରିକା, ସକଳ ଠେଲା, ପ୍ରବୀଣ କୁମାର ନାଥ, ଲୋକନାଥ ପୁରୋହିତ, ଗୋପିନାଥ ପୁରୋହିତ, ଶୈବାଲନି ପଣ୍ଡା, ସାଗରିକା ନାଥ, କୁମୁଦିନୀ ବେହେରା, ମଥା ବେହେରା, ପୁଷ୍ପାଞ୍ଜଳି ନାଥ, ଶୋଭାଗିନି ନାଥ ପରିଚାଳନା ଓ ସହଯୋଗ କରିଥିଲେ । ଛପନ ଭୋଗ ବ୍ୟବସ୍ଥା କରିଥିଲେ ଗୋପ ଭୂଷଣ ନାଥ ଓ ସହଧର୍ମିଣୀ ସ୍ଵର୍ଣ୍ଣଲତା ନାଥ । ସେହିଗ୍ରାମର ଜନ ସାଧାରଣଙ୍କ ବ୍ୟତୀତ ଆଖାପାଖ ଗ୍ରାମରୁ ଶ୍ରଦ୍ଧାଳୁ ମାନେ ଏଥିରେ ଯୋଗ ଦେଇଥିଲେ ।