ବଲାଙ୍ଗିର ମାଟିର ପୁଅ ଡ. ଅନ୍‌ମୋଲ ମିଶ୍ର ପାଇଲେ ଗୋଲ୍‌ଡ଼ ମେଡ଼ାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ପୁଅ ଡ. ଅନମୋଲ ମିଶ୍ର କଲିକତା ମେଡ଼ିକାଲ କଲେଜରେ ଜେନେରାଲ ସର୍ଜରୀ ବିଭାଗରେ ସର୍ବୋଚ୍ଚ ମାର୍କ ରଖି ଗୋଲ୍‌ଡ଼ ମେଡ଼ାଲ୍‌ ପାଇଥିବା ସୂଚନା ମିଳିଛି । ବଲାଙ୍ଗିର ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଡ. ଅନ୍‌ମୋଲ ମିଶ୍ର । ବଲାଙ୍ଗିର ସହରର ଟିକ୍ରାପଡ଼ା ନିବାସୀ ଅମୀୟ କୁମାର ମିଶ୍ର ଏବଂ ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ରଙ୍କ ସୁପୁତ୍ର ଅନ୍‌ମୋଲ୍‌ଙ୍କ ଏହି ସଫଳତା ଯୋଗୁଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଡ. ଅନ୍‌ମୋଲ୍‌ କେବଳ ଜଣେ ସଫଳ ଡାକ୍ତର ନୁହନ୍ତି, ସେ ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ ଏବଂ ଚିତ୍ରଶିଳ୍ପୀ ମଧ୍ୟ । ତାଙ୍କ ସାଧନା ଓ କୃତିତ୍ୱ ବଲାଙ୍ଗିର ମାଟି ପାଇଁ ଉଦାହରଣ ପାଲଟିଛି ।

Leave A Reply

Your email address will not be published.