ଗୋଲାମୁଣ୍ଡାରେ ରୋଷଇ କଲା ସମୟରେ ୨୫ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ : ବଲାଙ୍ଗିର ମେଡିକାଲରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କଲା ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ନିକଟସ୍ଥ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗ୍ରାମରେ ଜଣେ ମହିଳା ରୋଷଇ କରିବା ସମୟରେ ଅଘଟଣ ଘଟି ପୋଡି ଯାଇଥିଲେ । ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ଅବସ୍ଥା ଗୁରତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଆଣିବା ବାଟରେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ମୃତ ଯୁବତୀ ଜଣକ ହେଲେ ଗୋଲାମୁଣ୍ଡା ଗ୍ରାମର ଲିଲି ପୁଟେଲ(୨୫) । ତେବେ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ବୋଲି ଜଣାପଡିଛି ।