oum

ଗୋଚର ଜମିରେ ବେଆଇନ ବର୍ଜ୍ୟବସ୍ତୁ ପ୍ଳାଣ୍ଟ ନିର୍ମାଣ ବନ୍ଦ ପାଇଁ ଜିଲାପାଳଙ୍କଠାରେ ଦାବୀ କଲା ଚାଷୀ ସୁରକ୍ଷା ଅଭିଯାନ

jsm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗୋ ବଂଶର ସମୃଦ୍ଧି ନିମନ୍ତେ ଆବହମାନ କାଳରୁ ସବୁ ଗ୍ରାମମାନଙ୍କରେ ଗୋଚର ଜମି ରହିଆସିଛି । ଅପରପକ୍ଷରେ ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଗଣ୍ଡଳା ପଞ୍ଚାୟତର ପଳାସି ଗ୍ରାମରେ ଥିବା ଗୋଚର ଜମିରେ ବ୍ଲକ ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଏକ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ କରାଯାଉଥିବାର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହା ବେଆଇନ ଦର୍ଶାଇ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶଥାଉକି, ଏହି ଗୋଚର ଜମିର ଖାତା ନଂ-୩୧୧ ଓ ପ୍ଲଟ ନଂ ୧୪୫୦/୧ ହୋଇଥିବା ବେଳେ କୌଣସି ଗୋଚର ଜମିରେ ନିର୍ମାଣ କାମ କରିବା ଆଇନ ବିରୋଧୀ କାର୍ଯ୍ୟ ବୋଲି ସୁପ୍ରିମକୋର୍ଟର ନିର୍ଦ୍ଦେଶନାମା ରହିଥିବା ବେଳେ ଏହା କିପରି କରାଯାଉଛି ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଆବାହକ ଶ୍ରୀ ରଥ ଦାବୀ କରିଛନ୍ତି । ପୂର୍ବରୁ ଏ ସମ୍ପର୍କରେ ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ ଉପରୋକ୍ତ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ଗୋଚର ଜମିର କିସମ ଆଦୌ ପରିବର୍ତ୍ତନ କରାଯାଇପାରିବ ନାହିଁ । ତେଣୁ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ ନିଷିଦ୍ଧ ଅଟେ । ଏହା ସତ୍ତେ୍ୱ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ପଳାସି ଗ୍ରାମରେ ବେଆଇନ ବର୍ଜ୍ୟବସ୍ତୁ ପ୍ଳାଣ୍ଟ ନିର୍ମାଣ କରାଯାଉଥିବାରୁ ଚାଷୀ ସୁରକ୍ଷା ଅଭିଯାନ ଆବାହକ ଶ୍ରୀ ରଥ ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ ଛତ୍ରପୁର, ହିଞ୍ଜିଳିକାଟୁ ବିଡିଓ ଏବଂ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଚାଷୀ ସଂଗଠନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.