oom

୧୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ମହିଳା ଥାନାର ଜଣେ ଏ.ଏସ୍.ଆଇ. ଭିଜିଲାନ୍ସ ଦ୍ୱାରା ଗିରଫ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହିଳା ଥାନାର ଜଣେ କାର୍ଯ୍ୟରତ ଏ.ଏସ୍.ଆଇ. ବବିତା ସୁନାଙ୍କୁ ଭିଜିଲାନ୍ସ ବୁଧବାର ଗିରଫ କରିଥିବା ଜଣାପଡ଼ିଛି । ଖବର ନେବାରେ ଜଣାଯାଇଛି ଯେ’ ମ୍ୟାଡମ୍ ଜଣଙ୍କ ଏକ ମାମଲାରେ ସହାୟତା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ପୂର୍ବରୁ ଲାଞ୍ଚ ମାଗିବା ଅବା ଏ କ୍ଷେତ୍ରରେ ଦାବୀ କରି ଆସୁଥିଲେ । ଗୁପ୍ତ ଖବର ପାଇ ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବାବେଳେ ଏ.ଏସ୍.ଆଇ.ବବିତା ସୁନାଙ୍କୁ କାବୁ କରି ଧରିଛନ୍ତି । କୁହାଯାଏ ଯେ ‘ ସେ ଜଣେ ଅଭିଯୋଗକାରୀଙ୍କୁ ଏବଂ ତାଙ୍କ ମାଆଙ୍କୁ ମହିଳା ଥାନାରେ ପୂର୍ବରୁ ପଞ୍ଜିକୃତ ଏକ ମାମଲାରେ ସମ୍ପୃକ୍ତ କରିବାରେ ସାହାଯ୍ୟ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହି ମାମଲାରେ ଉକ୍ତ ମ୍ୟାଡମ୍ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ଵରେ ଥିଲେ । ଏ.ଏସ.ଆଇ. ଶ୍ରୀମତୀ ସୁନା ଉପରୋକ୍ତ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଧମକ ଦେଉଥିଲେ । ଯଦି ତାଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ ନଦିଆଯାଏ ସେ ତାଙ୍କର ସୁଫଳ ମିଳିବା କଷ୍ଟକର କାମ ଥିଲା । ଲାଞ୍ଚ ଦେବା ଲୋକ ଅନ୍ୟ କୌଣସି ଉପାୟ ନ ପାଇ, ସେ ମାମଲାଟି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଥିଲେ । ଏହା ପରେ, କୌଶଳ କ୍ରମେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀମତୀ ସୁନାଙ୍କୁ ଗିରଫ କରିଛନ୍ତି । ଯାହାକି ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଅଭିଯୋଗକାରୀଙ୍କଠାରୁ ୧୦,୦୦୦/- ଟଙ୍କା ଲାଞ୍ଚ ନେଉଥିବା ସମୟରେ ଶ୍ରୀମତୀ ସୁନା, ଏଏସ୍‌ଆଇଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତ ସୁନା, ଏଏସ୍‌ଅେଇଙ୍କ କବଜାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି । ଏଏସ୍‌ଆଇ ଶ୍ରୀମତୀ ସୁନାଙ୍କ ସଫଳ ଫାଶରେ ପକାଇ ତାଙ୍କରି ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଆହୁରି ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଥିବା କୁହାଯାଇଛି । ଏହି ସମ୍ପର୍କରେ, ବ୍ରହ୍ମପୁର ଭିଜିଲାନ୍ସ ପି.ଏସ୍. ମାମଲା ନଂ ୭/୨୦୨୫, ୟୁ/ଏସ୍-୭ପିସି (ସଂଶୋଧନ) ଆଇନ, ୨୦୧୮ ପଞ୍ଜିକୃତ ହୋଇଛି । ଅଭିଯୁକ୍ତ ଶ୍ରୀମତୀ ସୁନା, ଏଏସ୍‌ଆଇଙ୍କ ବିରୁଦ୍ଧରେ ଅଧିକା ତଦନ୍ତ ଜାରି ରହିଛି ।

jittmm
Leave A Reply

Your email address will not be published.