କପିଲାଭଟାରେ ଗିରିଗୋବର୍ଦ୍ଧନ ମହୋତ୍ସବର ଦ୍ଵିତୀୟ ରଜନୀ : ଯୋଗଦେଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଚାଲିଥିବା ଗିରିଗୋବର୍ଦ୍ଧନ ମହୋତ୍ସବ ଦ୍ଵିତୀୟ ରଜନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟିର ସଭାପତି କର୍ଣ୍ଣ ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ କଣ୍ଟାବାଞ୍ଜି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଯୁଦ୍ଧିଷ୍ଠିର ବେହେରା, ବିଶେଷ ଅତିଥି ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ସମ୍ମାନୀୟ ଅତିଥି ଭାବେ ଠେମରା ପଂଚାୟତର ସରପଂଚ ଲକ୍ଷ୍ମୀକାନ୍ତ ବାଗ, ଝରିଆଲ ପଂଚାୟତ ସରପଂଚ ଭରଦ୍ୱାଜ ଗହିର, କପିଲାଭଟା ପଂଚାୟତର ସମିତିସଭ୍ୟ କେଦାର ଭୋଇ, ଝରିଆଲ ପଂଚାୟତର ସମିତି ସଭ୍ୟ ରାଜୁ ହାତୀ, ଚାନ୍ଦୋତରା ପଂଚାୟତ ସମିତି ସଭ୍ୟଙ୍କ ପ୍ରତିନିଧି ଘାସି ସାହୁ, ବିଜେପି ନେତା ପଦ୍ମନାଭ ସାହୁ, ସ୍ୱେଚ୍ଛାସେବୀ ଜୟନ୍ତୀଲାଲ ହଂସ, ନାଏବ ସରପଞ୍ଚ ଝସକେତନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅଞ୍ଚଳର ବିଶିଷ୍ଟ ସ୍ୱେଚ୍ଛାସେବୀ ପୃଥିରାଜ ବାଗ, କଣ୍ଠଶିଳ୍ପୀ ରାସବିହାରୀ ଘିଭେଲା, ବିଶିଷ୍ଟ କଳାକାର ଦୁର୍ଦ୍ଧକ୍ଷ ହଂସ, ସମିତିସଭ୍ୟ କେଦାର ଭୋଇ, ସାମ୍ବାଦିକ ଦୀପକ ଯାଦବ, ହୁଲେଶ୍ୱର ହଂସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ହୁଲେଶ୍ୱର ହଂସ ସଭା ସଂଯୋଜନା କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହୋଇଥିଲା । ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.