ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ବ୍ରହ୍ମପୁର ଅଜୟ କୁମାର ସାହୁ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଗମୀ ଦିନରେ ହେବାକୁ ଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ହେବା କାରଣରୁ ପରୀକ୍ଷା ବାତିଲ କରାଯାଇଛି । ତେବେ ଏହି ମାମଲାର କ୍ରାଇମବ୍ରାଞ୍ଚ ଅଧିକା ତଦନ୍ତ ଜାରୀ ରଖିଛି । ଏହି ମାମଲାରେ ହାତ ଥିବା ସନ୍ଦେହରେ କ୍ରାଇମବ୍ରାଞ୍ଚ ଟିମ୍ ଏବଂ ପୋଲିସର ମିଳିତ ଉଦ୍ୟମ କରି କେତେଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ କେଶବ ନଗର ୫ମ ଲାଇନର ଅଜୟ କୁମାର ସାହୁଙ୍କୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି । ଏହି ଘଟଣା ସମ୍ପର୍କରେ ଅଧିକା ତଥ୍ୟ ଜାଣିବା ପାଇଁ ପୋଲିସର ମିଳିତ ଉଦ୍ୟମରେ ଖୋଳତାଡ଼ ଜାରୀ ରଖିଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.