
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋଳନ୍ଥରା ପୋଲିସ ଗିରିସୋଲା ନିକଟସ୍ଥ ଗ୍ରାମ ପଛପାଖ ଶ୍ମଶାନ ଭୂମି ନିକଟରେ ଏକ ବଡ଼ ଧରଣର ଜୁଆଖେଳ ଆଡ୍ଡାକୁ ଠାବ କରିଛି । ଘଟଣାସ୍ଥଳରୁ ୧୮ ହଜାର ୨ଶହ ଟଙ୍କା ନଗଦ ଜବତ କରିଛି । ଏତଦ୍ ବ୍ୟତୀତ ୪ଟି ମୋବାଇଲ୍ ହ୍ୟାଣ୍ଡସେଟ୍, ୬ ଟି ମୋଟର ସାଇକେଲ ସହିତ ୫ ଜଣ ଜୁଆଡିଙ୍କୁ ଗିରଫ କରିବାରେ ଗୋଳନ୍ଥରା ପୋଲିସ ସଫଳ ହୋଇଛି ।