1234

ସୁରକ୍ଷାକର୍ମୀଙ୍କୁ ସଫଳତା : ୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅଞ୍ଚଳରୁ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଗିରଫ ମାଓବାଦୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଉପରେ ୮ ଲକ୍ଷ ଓ ଜଣଙ୍କ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ସରକାର । ତେବେ ଗିରଫ ମାଓବାଦୀମାନେ ସୁକୁମା ଓ ବିଜାପୁର ଜିଲ୍ଲାର ଅନେକ ହିଂସା କାଣ୍ଡରେ ଜଡିତ ଥିବା ସୁକୁମା ଏସପି କିରଣ ଚୌହାନ ସୁଚନା ଦେଇଛନ୍ତି । ଡ଼ିଆରଜିି ଓ ସିଆରପିଏଫ୍‌ ବାହିନୀର ମିଳିତ ଅପରେସନ ବେଳେ ଏମାନଙ୍କୁ ଗିରଫ କରାଯାଇଛି । ସେପଟେ ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ ମାଓ ସଂଗଠନକୁ ଲାଗିଛି ଆଉ ଏକ ଝଟକା । ଟପ୍ ମାଓନେତା ଦାମୋଦର ଟିମର ୮ ଜଣ ହାଡକୋର ନକ୍ସଲ ମୁଲୁଗୁ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନା ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ମୁଲୁଗୁ ଏସପି ଶବରୀଶ କହିଛନ୍ତି ।

Leave A Reply

Your email address will not be published.